Masthead

ଅଙ୍ଗନବାଡ଼ି ସେଣ୍ଟରରେ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭୋଟର କାର୍ଡ ସଂଶୋଧନ କରାଇବା ପାଇଁ ମହିଳାଙ୍କୁ ଅସଦାଚରଣ । ଚାନ୍ଦବାଲି ବାଂଶଡା ଥାନା କରଞ୍ଜମାଳରୁ ଆସିଛି ଏଭଳି ଲଜ୍ଜାଜନକ ଘଟଣା । ଅଙ୍ଗନବାଡ଼ି ସେଣ୍ଟର ଭିତରେ ମହିଳାଙ୍କୁ ବଳାତ୍କାର ହୋଇଥିବା ନେଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ସୂଚନା ଅନୁସାରେ କରଞ୍ଜମାଳ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷୟତ୍ରୀ ଶ୍ୱେତଲତା ରାଉତ ସେହି ଗ୍ରାମର ପ୍ରିୟଙ୍କା ନାୟକଙ୍କୁ ଆସି ତାଙ୍କ ଘରେ ଭୋଟର କାର୍ଡ ସଂଶୋଧନ କରାଇନେବାକୁ ଫୋନ କରି ଡାକିଥିଲେ । ପ୍ରିୟଙ୍କା ନାୟକ ଏବଂ ତାଙ୍କ ସ୍ୱାମୀ ଦେବୀ ପ୍ରସାଦ ନାୟକ ଆସି ଅଙ୍ଗନବାଡି କର୍ମୀଙ୍କ ଘରେ ପହଂଚିଥିଲେ । ଏହି ସମୟରେ ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀ ଭାଗିରଥି ପଲେଇ ପ୍ରିୟଙ୍କାଙ୍କ ସ୍ୱାମୀକୁ ଆଧାର କାର୍ଡ ଜେରକ୍ସ ଆଣିବାକୁ କହି ନିକଟସ୍ଥ ବଜାରକୁ ପଠାଇବା ସହ ନିଜ ସ୍ତ୍ରୀ ଶ୍ଵେତଲତା କୁ ମଧ୍ୟ ପଡୋଶୀଙ୍କ ଘରକୁ ପଠାଇଦେଇ ଥିଲେ । ପରେ ପ୍ରିୟଙ୍କାକୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ ।

ପ୍ରିୟଙ୍କା ପାଟି କରିବାରୁ ପଡୋଶୀ ମାନେ ଆସି ପହଂଚି ଯିବାରୁ ଆସାମୀ ଭାଗିରଥି ପଲେଇ ସମସ୍ତଙ୍କୁ କୁରାଢ଼ୀ ଧରି ମାରିଦେବାକୁ ଧମକ ଦେବା ସହ ଯିଏ ପୁଲିସରେ ସାକ୍ଷୀ ଦେବ ତାକୁ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା । ବିଳମ୍ବିତ ରାତିରେ ପୀଡିତା ଯାଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆସାମୀ ଭାଗିରଥି ପଲେଇ ଫେରାର ହୋଇଯାଇଥିଲେ । ମୋବାଇଲ ଟ୍ରାକିଙ୍ଗରୁ ସେ କେନ୍ଦ୍ରାପଡ଼ାରୁ ଚାନ୍ଦବାଲି ଆସୁଥିବା ବେଳେ ବାଂଶଡା ଆଇଆଇସି ଶ୍ରୀବଲଭ ସାହୁ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି