ଚାଷୀଙ୍କ ବିକ୍ଷୋଭ

ବୋଲଗଡ଼ (ବଡ଼ ଖବର ବ୍ୟୁରୋ): ସମ୍ପାଦକଙ୍କ ମନୋମୁଖି କାର୍ଯ୍ୟ ଆଭିଯୋଗରେ ସମିତି ସମ୍ମୁଖରେ ଚାଷୀଙ୍କ ବିକ୍ଷାଭ । ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଶ୍ରୀଚନ୍ଦନପୁର ପାଟ୍ଟଣା ପ୍ରାଥମିକ କୃଷି ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନେ ସମ୍ପାଦକଙ୍କ ମନମାନି କାର୍ଯ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶ୍ରୀଚନ୍ଦନପୁର ପାଟ୍ଟଣା ସେବା ସମବାୟ ସମିତିରେ ଚାଷୀ କମିିଟି ଗଠନ ହେବା ପାଇଁ ସଭା ବସିଥିଲା । କେତେକ ଅଣଚାଷୀ ଗୋଷ୍ଠି ଆସି ବ୍ୟାପକ ହୋହାଲା କରିଥିଲେ ।

ଏପରିକି ୨ଗୋଷ୍ଠି ମଧ୍ୟରେ ଧସ୍ତାଧସ୍ତି ହେବା ସହ ସମବାୟ କର୍ମଚାରୀଙ୍କୁ ତାଲା ପକାଇଦେଇଥିଲେ । ଯାହାଫଳରେ ଚାଷୀ କମିଟି ଗଠନ ହୋଇପାରିନଥିଲା । ଏନେଇ ଉପସ୍ଥିତ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଖବର ପାଇ ବାଙ୍କୋଇ ଫାଣ୍ଡି ପୋଲସ ପହଂଚି ଚାଷୀ ମାନଙ୍କୁ ବୁଝାସୁଝା କରିଥିଲା । ପରେ ସଭା ସ୍ଥଗିତ ରହିଥିଲା । ତେବେ ଆଗାମି ଦିନରେ ଯଦି ଏଭଳି ସମିତିରେ ମନୋମୁଖି କାର୍ଯ୍ୟ ହେବ ତାହାହେଲେ ଚାଷୀ ମାନେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ବାଛିନେବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’