Masthead

ସ୍ୱର୍ଣ୍ଣ ଜିତିଲେ ଶ୍ରାବଣୀ ।

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ୱର୍ଣ୍ଣ ଜିତିଲେ ଓଡିଆ ସୁନା ଝିଅ ଶ୍ରାବଣୀ । ଓଡିଶାର ଗୌରବ ଏବେ ଶ୍ରାବଣୀଙ୍କ ହାତରେ । ଡାଇପିରେ ଚମକିଛନ୍ତି ଓଡିଆ ଧାବିକା ଶ୍ରାବଣୀ ନନ୍ଦ । ୪ଗୁଣା ୧୦୦ ମିଟର ରିଲେ ଦୌଡ଼ର ମହିଳା ବର୍ଗରେ ଓଡିଆ ଧାବିକା ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତୀୟ ମହିଳା ଟିମ୍ ରେ ସାମିଲ୍ ଥିଲେ ଓଡିଆ ଝିଅ ଶ୍ରାବଣୀ ନନ୍ଦ । ନ୍ୟୁ ଡାଇପେ ସିଟି ଆଥ୍ଲେଟିକ୍ସ ଓପନ ୨୦୨୬ ପ୍ରତିଯୋଗିତାରେ ୪୪.୦୭ ସେକେଣ୍ଡର ଏହି ସମୟ ସହିତ ସ୍ୱର୍ଣ୍ଣ ପଦକ ଜିତି ନିଜ ଚାମ୍ପିଆନ୍ ସିପ୍ ରେକର୍ଡର ସମକକ୍ଷ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ଦୌଡରେ ଶ୍ରାବଣୀ ଦମ୍ଦାର ଷ୍ଟାଟ୍ ନେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଧାବିକା ସ୍ନେହା । ତୃତୀୟ ପର୍ଯ୍ୟାୟରେ ସୁଦେଷ୍ଣା ଏହି ଗତିକୁ ବଜାୟ ରଖିଥିଲେ । ଆଉ ଶେଷରେ ଧାବିକା ତମନ୍ନା ଦୌଡ ଶେଷ କରି ସବୁଠୁ ଆଗରେ ରହି ସ୍ୱର୍ଣ୍ଣ ପଦକ ହାତେଇ ଥିଲେ । ଏସୀୟ ଆଥ୍ଲେଟିକ୍ସ ୨୦୨୫ ଇଭେଣ୍ଟରେ ଭାରତୀୟ ଦଳ ୪୩.୮୬ ସେକେଣ୍ଡର ସମୟ ନେଇ ରିଲେ ଶେଷ କରିଥଲେ । ଆଗକୁ ଏସିଆ କ୍ରିଡା ପାଖେଇ ଆସୁଥିବାରୁ ଆହୁରି ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ । ଶେଷରେ ସ୍ୱର୍ଣ୍ଣ ଜିତିବା ପରେ ଖୁସି ପ୍ରକାଶ କରିଛନ୍ତି ଓଡିଆ ଧାବିକା ଶ୍ରାବଣୀ ନନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ