Masthead

ମରୁଡ଼ି ଘୋଷଣା ଦାବିରେ ଚାଷୀ ସମାବେଶ

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ମରୁଡି ଘୋଷଣା ଦାବିରେ ଆଜି ପ୍ରାୟ ପାଞ୍ଚ ହଜାରରୁ ଅଧିକ ଚାଷୀ ଏକ ରାଲି କରି ମରୁଡି ଘୋଷଣା ଦାବି କରିଛନ୍ତି । ସେମାନେ ପଦ୍ମପୁର ଗୋରୁବଜାର ଠାରୁ ବାହାରି କୃଷକ ଏକତା ଜିନ୍ଦାବାଦ ଓ ଆମର ଦାବି ପୂରଣ ହେଉ ନାରା ସହିତ ଫ୍ଲାକ୍ସ ବ୍ୟାନର ଧରି ଶୋଭାରେ ବାହାରି ଥିଲେ ଏବଂ ଏକ ସଭାର ଆୟୋଜନ କରିଥିଲେ । ପଦ୍ମପୁର ସହରର ଗୋରୁବଜାରରୁ ବାହାରି ଥାନାଛକ, ଭେଉରୀଆ ଛକ ବୁଲି ପୁଣି ଗୋରୁବଜାରକୁ ଆସିଥିଲେ ।

ମରୁଡି ଏହି ଅଞ୍ଚଳର ଚାଷୀ ର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି । ହେଲେ ସରକାର ଏବେ ଯାଏଁ ସହାୟତା ପ୍ରଦାନ କରି ନାହାନ୍ତି ଯେଉଁଥି ପାଇଁ ଚିନ୍ତାରେ ଚାଷୀ । ହେଲେ ଅନ୍ୟ ପକ୍ଷରେ ଏହି ଉପଖଣ୍ଡକୁ ଲାଗି ରହିଥିବା ଛତିଶଗଡ଼ ସରକାର ମରୁଡିକୁ ଦେଖି ନୂଆଖାଇ ପୂର୍ବରୁ ଏକର ପିଛା ଆଠ ହଜାର ଟଙ୍କା ପ୍ରଦାନ କରି ସାରିଲାଣି ।

ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଏହି ଉପଖଣ୍ଡ ମରୁଡ଼ି ମାଡ଼ରେ ବାରମ୍ବାର କ୍ଷତି ସହିଛି ଚାଷୀ ହେଲେ ସେପରି କିଛି ସହଯୋଗ ନପାଇ ଏଠାକାର ଚାଷୀର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହେବାରେ ଲାଗିଛି । ଦାଦନ ଖଟିଯିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେଣୁ ସରକାର ଚାଷୀମାନଙ୍କୁ ତୁରନ୍ତ ସହଯୋଗ କରିବା ସହିତ ଏହି ଏଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥା କରିବା ଜରୁରୀ ହୋଇ ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ