Masthead

ମରୁଡ଼ି ଘୋଷଣା ଦାବିରେ ଚାଷୀ ସମାବେଶ

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ମରୁଡି ଘୋଷଣା ଦାବିରେ ଆଜି ପ୍ରାୟ ପାଞ୍ଚ ହଜାରରୁ ଅଧିକ ଚାଷୀ ଏକ ରାଲି କରି ମରୁଡି ଘୋଷଣା ଦାବି କରିଛନ୍ତି । ସେମାନେ ପଦ୍ମପୁର ଗୋରୁବଜାର ଠାରୁ ବାହାରି କୃଷକ ଏକତା ଜିନ୍ଦାବାଦ ଓ ଆମର ଦାବି ପୂରଣ ହେଉ ନାରା ସହିତ ଫ୍ଲାକ୍ସ ବ୍ୟାନର ଧରି ଶୋଭାରେ ବାହାରି ଥିଲେ ଏବଂ ଏକ ସଭାର ଆୟୋଜନ କରିଥିଲେ । ପଦ୍ମପୁର ସହରର ଗୋରୁବଜାରରୁ ବାହାରି ଥାନାଛକ, ଭେଉରୀଆ ଛକ ବୁଲି ପୁଣି ଗୋରୁବଜାରକୁ ଆସିଥିଲେ ।

ମରୁଡି ଏହି ଅଞ୍ଚଳର ଚାଷୀ ର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି । ହେଲେ ସରକାର ଏବେ ଯାଏଁ ସହାୟତା ପ୍ରଦାନ କରି ନାହାନ୍ତି ଯେଉଁଥି ପାଇଁ ଚିନ୍ତାରେ ଚାଷୀ । ହେଲେ ଅନ୍ୟ ପକ୍ଷରେ ଏହି ଉପଖଣ୍ଡକୁ ଲାଗି ରହିଥିବା ଛତିଶଗଡ଼ ସରକାର ମରୁଡିକୁ ଦେଖି ନୂଆଖାଇ ପୂର୍ବରୁ ଏକର ପିଛା ଆଠ ହଜାର ଟଙ୍କା ପ୍ରଦାନ କରି ସାରିଲାଣି ।

ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଏହି ଉପଖଣ୍ଡ ମରୁଡ଼ି ମାଡ଼ରେ ବାରମ୍ବାର କ୍ଷତି ସହିଛି ଚାଷୀ ହେଲେ ସେପରି କିଛି ସହଯୋଗ ନପାଇ ଏଠାକାର ଚାଷୀର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହେବାରେ ଲାଗିଛି । ଦାଦନ ଖଟିଯିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେଣୁ ସରକାର ଚାଷୀମାନଙ୍କୁ ତୁରନ୍ତ ସହଯୋଗ କରିବା ସହିତ ଏହି ଏଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥା କରିବା ଜରୁରୀ ହୋଇ ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି