Masthead

ଆଜି ବସିବ ଚାଷୀଙ୍କ ମହାପଞ୍ଚାୟତ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଦିଲ୍ଲୀରେ ଆଜି ବସିବ ଚାଷୀଙ୍କ ମହାପଞ୍ଚାୟତ। ୫ ହଜାର ଚାଷୀଙ୍କୁ ନେଇ ଏହି ମହାପଞ୍ଚାୟତ ସମାରୋହ। କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିବେ ଚାଷୀ ସଂଗଠନ । ଏମଏସପି ଗ୍ୟାରେଣ୍ଟି ନେଇ ଆନ୍ଦୋଳନରତ ଚାଷୀ ଏହି ମହାପଞ୍ଚାୟତ ଡାକରା ଦେଇଛନ୍ତି। ସଂଯୁକ୍ତ ମୋର୍ଚ୍ଚାର ଏହି ଚାଷୀ ମହାପଞ୍ଚାୟତକୁ ଦିଲ୍ଲୀ ପୋଲିସ ଅନୁମତି ଦେଇଛି। ତେବେ ମହାପଞ୍ଚାୟତ ସମାବେଶ ଲାଗି ସର୍ତ୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ।

ଦିଲ୍ଲୀ ପୋଲିସର ସର୍ତ୍ତମୂଳକ ଅନୁମତି ହେଉଛି ଚାଷୀଙ୍କ ମହାପଞ୍ଚାୟତରେ ୫ ହଜାରରୁ ଅଧିକ ଚାଷୀଙ୍କ ସମାଗମ ଲାଗି ଅନୁମତି। ଏହି ସମାଗମ ସ୍ଥଳକୁ କେହି ଟ୍ରାକ୍ଟର କିମ୍ବା ଟ୍ରକ ଧରି ଆସିବେ ନାହିଁ। ସମାଗମ ସରିବା ପରେ ଚାଷୀ ପୁଣିଥରେ ଦିଲ୍ଲୀରୁ ନିଜ ନିଜ ଘରକୁ ଫେରିଯିବେ। ମହାପଞ୍ଚାୟ ସ୍ଥଳରେ ଚାଷୀ ନିଜ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ରଖିପାରିବେମନି। ଦିନ ୧୧ଟାରୁ ଆରମ୍ଭ ହୋଇ ଏହି ମହାପଞ୍ଚାୟତ ଅପରାହ୍ନ ୨ଟାରେ ଶେଷ ହେବ। ଏହି ସବୁ ସର୍ତ୍ତ ରକି ମହାପଞ୍ଚାୟତକୁ ଅନୁମତି ଦେଇଛି ଦିଲ୍ଲୀ ପୋଲିସ। ଦିଲ୍ଲୀର ରାମଲୀଳା ମୈଇଦାନରେ ଏହି ମହାପଞ୍ଚାୟତ ଲାଗି ଅନୁମତି ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା