Masthead

ଲୋକପ୍ରିୟ ନେତା ହେଲେ ବି ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥିଲେ ସୂର୍ଯ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ସୂର୍ଯ୍ୟପାତ୍ରଙ୍କ ବିୟୋଗ ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଅନେକ ନିଜର ଅନୁଭୂତି ବଖାଣୁଛନ୍ତି । କିଭଳି ସୂର୍ଯ୍ୟପାତ୍ର ତାଙ୍କ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟ ଥିଲେ । ସେ କିଭଳି ବନ୍ଧୁବତ୍ସଳ ଥିଲେ । ସମସ୍ତଙ୍କୁ ସାଥୀରେ ନେଇ କାମ କରୁଥିଲେ । ଏହାରି ଭିତରେ ଅନେକ ପୁରୁଣା ଦିନର ସେହି ବିବାଦୀୟ ବକ୍ତବ୍ୟକୁ ବି ମନେ ପକାଉଛନ୍ତି ।

ସେତେବେଳେ ବିଜୁ ଜନତା ଦଳର ମାର୍ଗଦର୍ଶକ ଥିଲେ ପ୍ୟାରୀମୋହନ ମହାପାତ୍ର । ସେ ଥିଲେ ସର୍ବେସର୍ବା । ପ୍ୟାରୀବାବୁଙ୍କ ଯେଉଁ କେତେଜଣ ଏକାନ୍ତ ପ୍ରିୟ ଥିଲେ ସେମାନଙ୍କ ଭିତରୁ ସୂର୍ଯ୍ୟ ନାରାୟଣ ପାତ୍ର ଅନ୍ୟତମ । ସୂର୍ଯ୍ୟ ପାତ୍ର ଏକ ସଭାରେ ଏକଥା କହିବାକୁ ପଛାଇ ନଥିଲେ, ଆମେ ସମସ୍ତେ ବିଜୁ ପରିବାରର ଚାକର, ନବୀନ ବାବୁଙ୍କ ଚାକର ।

https://fb.watch/mQf3FHD5ea/

ଯାହା ସେତେବେଳେ ଅତ୍ୟନ୍ତ ହଇଚଇ ସୃଷ୍ଟି କରିଥିଲା । ଏହାସହ ଏକଥା ମଧ୍ୟ କହିଥିଲେ ଆମେ କାଠ ଠାକୁରଙ୍କୁ ମୁଣ୍ଡିଆ ମାରୁଛେ । ମଣିଷଙ୍କୁ ମୁଣ୍ଡିଆ ମାରିଲେ ଅସୁବିଧା କ’ଣ । ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲା । ଏଭଳି ଚାକର ଶବ୍ଦକୁ ନେଇ ଅନେକ ଆପତ୍ତି ମଧ୍ୟ ଉଠାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ