Masthead

‘ଫ୍ରୀ କୋଭିଡ ହେଲପ୍’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ସାଙ୍ଘାତିକ ହେବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ରହୁଛନ୍ତି ଜନସାଧାରଣ । ଏହା ମଧ୍ୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଉଛନ୍ତି ବଲିଉଡ ଷ୍ଟାର । ରିଅଲ ହିରୋ ସୋନୁ ସୁଦ । ପ୍ରଥମ ଲହରରୁ ଆରମ୍ଭ କରି ଦ୍ୱିତୀୟ ଲହର ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କିରିଛନ୍ତି ସେ । ପ୍ରଥମ ଲହରରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଆଣିବା ସହ ରୋଜଗାରର ବ୍ୟବସ୍ଥା କରିଥିଲେ ।

ବର୍ତ୍ତମାନ ସ୍ଥିତିରେ ଦେଶରେ କରୋନା ସଙ୍କଟ ଗଭୀର ହୋଇପଡ଼ିଛି । ସୋନୁ ସୁଦ ଯଥା ସମ୍ଭବ ଲୋକଙ୍କ ନିକଟରେ ସାହାଯ୍ୟ ପହଞ୍ଚାଉଛନ୍ତି । ସେ ଏକ ଫ୍ରୀ କୋଭିଡ ୧୯ ହେଲପ୍ ଲଞ୍ଚ କରିଛନ୍ତି । ଯେଉଁଥିରେ କରୋନା ଟେଷ୍ଟରୁ ନେଇ ଡାକ୍ତରଙ୍କ ପରାମର୍ଶ ପର୍ଯ୍ୟନ୍ତ ମାଗଣାରେ ଦିଆଯିବ । ସୋନୁ ସୁଦ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟରେ ସୂଚନା ଦେଇଛନ୍ତି ।

ଫ୍ରୀ କୋଭିଡ ହେଲ୍ପରେ, କରୋନା ଟେଷ୍ଟରୁ ନେଇ ଡାକ୍ତରଙ୍କ ପରାମର୍ଶ ପର୍ଯ୍ୟନ୍ତ ମାଗଣାରେ ଦିଆଯିବ । ଏଥିପାଇଁ ସୋନୁ ଫାଉଣ୍ଡେସନ୍, ହିଲ୍ ୱେଲ୍ ୨୪ ଏବଂ କ୍ରସନା ଡାଇଗ୍ନୋଷ୍ଟିକ୍ ସହ ଏକତ୍ର କାର୍ଯ୍ୟ କରିବେ । ସେ ଏକ ହ୍ୱାଟସ୍ ଅପ୍ ନମ୍ବର ମଧ୍ୟ ଜାରି କରିଛନ୍ତି ଯେଉଁଥିରେ କୋଭିଡ ସମ୍ବନ୍ଧୀୟ ସୂଚନା ଉପଲବ୍ଧ ହେବ । ସୋନୁ ଟ୍ୱିଟରେ ଲେଖିଛନ୍ତି- ‘ଆପଣ ଆରାମ କରନ୍ତୁ, ମୋତେ ଟେଷ୍ଟ ହ୍ୟାଣ୍ଡେଲ୍ କରିବାକୁ ଦିଅନ୍ତୁ । ଫ୍ରି କୋଭିଡ୍ ହେଲ୍ପ ଲଞ୍ଚ । ‘

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ