‘ଫ୍ରୀ କୋଭିଡ ହେଲପ୍’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ସାଙ୍ଘାତିକ ହେବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ରହୁଛନ୍ତି ଜନସାଧାରଣ । ଏହା ମଧ୍ୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଉଛନ୍ତି ବଲିଉଡ ଷ୍ଟାର । ରିଅଲ ହିରୋ ସୋନୁ ସୁଦ । ପ୍ରଥମ ଲହରରୁ ଆରମ୍ଭ କରି ଦ୍ୱିତୀୟ ଲହର ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କିରିଛନ୍ତି ସେ । ପ୍ରଥମ ଲହରରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଆଣିବା ସହ ରୋଜଗାରର ବ୍ୟବସ୍ଥା କରିଥିଲେ ।

ବର୍ତ୍ତମାନ ସ୍ଥିତିରେ ଦେଶରେ କରୋନା ସଙ୍କଟ ଗଭୀର ହୋଇପଡ଼ିଛି । ସୋନୁ ସୁଦ ଯଥା ସମ୍ଭବ ଲୋକଙ୍କ ନିକଟରେ ସାହାଯ୍ୟ ପହଞ୍ଚାଉଛନ୍ତି । ସେ ଏକ ଫ୍ରୀ କୋଭିଡ ୧୯ ହେଲପ୍ ଲଞ୍ଚ କରିଛନ୍ତି । ଯେଉଁଥିରେ କରୋନା ଟେଷ୍ଟରୁ ନେଇ ଡାକ୍ତରଙ୍କ ପରାମର୍ଶ ପର୍ଯ୍ୟନ୍ତ ମାଗଣାରେ ଦିଆଯିବ । ସୋନୁ ସୁଦ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟରେ ସୂଚନା ଦେଇଛନ୍ତି ।

ଫ୍ରୀ କୋଭିଡ ହେଲ୍ପରେ, କରୋନା ଟେଷ୍ଟରୁ ନେଇ ଡାକ୍ତରଙ୍କ ପରାମର୍ଶ ପର୍ଯ୍ୟନ୍ତ ମାଗଣାରେ ଦିଆଯିବ । ଏଥିପାଇଁ ସୋନୁ ଫାଉଣ୍ଡେସନ୍, ହିଲ୍ ୱେଲ୍ ୨୪ ଏବଂ କ୍ରସନା ଡାଇଗ୍ନୋଷ୍ଟିକ୍ ସହ ଏକତ୍ର କାର୍ଯ୍ୟ କରିବେ । ସେ ଏକ ହ୍ୱାଟସ୍ ଅପ୍ ନମ୍ବର ମଧ୍ୟ ଜାରି କରିଛନ୍ତି ଯେଉଁଥିରେ କୋଭିଡ ସମ୍ବନ୍ଧୀୟ ସୂଚନା ଉପଲବ୍ଧ ହେବ । ସୋନୁ ଟ୍ୱିଟରେ ଲେଖିଛନ୍ତି- ‘ଆପଣ ଆରାମ କରନ୍ତୁ, ମୋତେ ଟେଷ୍ଟ ହ୍ୟାଣ୍ଡେଲ୍ କରିବାକୁ ଦିଅନ୍ତୁ । ଫ୍ରି କୋଭିଡ୍ ହେଲ୍ପ ଲଞ୍ଚ । ‘

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ