ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ):ସମ୍ପର୍କରେ ରକ୍ତର ଛିଟା । ଟଙ୍କା ପାଇଁ ଧରମ ବାପା ଭୁଲିଗଲା ସମ୍ପର୍କ । ୧୫ବର୍ଷର ପୁଅକୁ କଲା ହତ୍ୟା । ଏବେ ଜେଲର ଚାରିକାନ୍ଥ ଭିତରେ ଅନୁତାପର ନିଆଁରେ ଜଳୁଛି ଝାରସୁଗୁଡ଼ାର ମାର୍ବଲ ବ୍ୟବସାୟୀ ଅମିତ ଶର୍ମା । ପରିବାର ଏକାଠି ହେଉଥିଲେ । ଯା’ଆସ ଲାଗିରହିଥିଲା । ସମ୍ପର୍କ ଏତେ ଗାଢଥିଲା ଯେ, ଅମିତ୍ ଶର୍ମାଙ୍କ ଝିଅ ସୁମିତ ଅଗୱାଲାଙ୍କ ପୁଅ ସମର୍ଥଙ୍କ ହାତରେ ବାନ୍ଧୁଥିଲେ ରାକ୍ଷୀ । ଭାଇଭଉଣୀର ଅନାବିଳ ସ୍ନେହ, ମମତାରେ ସେମାନେ ବାନ୍ଧି ହୋଇଯାଇଥିଲେ । ଆଉ ଅମିତ ଶର୍ମା ସମର୍ଥଙ୍କୁ ନିଜ ପୁଅଭଳି ଭଲ ପାଉଥିଲେ । ଧାର କରଜରେ ଅମିତ୍ ଶର୍ମା ବୁଡ଼ି ରହିଥିବା ବେଳେ ଦୁଇ ଦୁଇଟି ଘର କିଣିଥିଲେ ସୁମିତ ଅଗ୍ରୱାଲା । ଅମିତ୍ ଭାବି ନେଇଥିଲେ, ତାଙ୍କ ବନ୍ଧୁ ସୁମିତଙ୍କ ପାଖରେ ଅଛି ବିପୁଳ ଟଙ୍କା ।

ବନ୍ଧୁଙ୍କୁ ତ ଟଙ୍କା ମାଗିପାରିବେ ନାହିଁ । କାଳେ ବନ୍ଧୁ ସୁମିତ୍ ଖରାପ ଭାବିବେ । ସମ୍ପର୍କରେ ଭଟ୍ଟା ପଡିବା ଆଶଙ୍କାରେ ଅମିତ୍ ଶର୍ମା ନୂଆ ଉପାୟ ବାଚ୍ଛିଲେ । ବନ୍ଧୁ ସୁମିତଙ୍କ ପୁଅକୁ ଅପହରଣ କରି ୫୦ଲକ୍ଷ ଟଙ୍କା ମୁଣ୍ଡଜାମିନ ରଖିବାକୁ ଚିନ୍ତାକଲେ ଅମିତ ଶର୍ମା । ୨୬ ତାରିଖରେ ସକାଳ ସାଢେ ୧୦ । ସମର୍ଥ ସ୍କୁଟି ଧରି ଘରୁ ବାହାରିବାବେଳେ ବାଟରେ ଦେଖାହେଲେ ତାଙ୍କ ଧରମ ବାପା ଅମିତ୍ ଶର୍ମା । କ୍ରିକେଟରେ ରୁଚି ରଖିଥିବା ସମର୍ଥଙ୍କୁ କ୍ରିକେଟ କିଟ୍ ଉପହାର ଦେବାକୁ କହି ଅମିତ୍ ଶର୍ମା ତାଙ୍କ ଦୋକାନକୁ ଡାକିନେଇଥିଲେ । ଅମିତଙ୍କୁ କାହିଁବା ସନେ୍ଦହ କରିବ ସମର୍ଥ? ଧରମ ବାପାର ମନର ଭାଷାକୁ ସେ କାହିଁବା ପଢିବାକୁ ଉଦ୍ୟମ କରିବ? ଦୋକାନରେ ସମର୍ଥଙ୍କୁ ବସାଇ ଅମିତ୍ ଶର୍ମା ତାଙ୍କର ବନ୍ଧୁ ଦିନେଶ ଅଗ୍ରୱାଲାଙ୍କୁ ଡାକିବାକୁ ତାଙ୍କ ଘରକୁ ଯାଇଥିଲେ ।

ଦିନେଶ ଅଗ୍ରୱାଲାଙ୍କ ସହ ଅମିତ୍ ଶର୍ମା ଦୋକାନରେ ପହଞ୍ଚôଥିଲେ । ହଠାତ୍ ଅମିତ୍ ଶର୍ମାଙ୍କ ବ୍ୟବହାର ବଦଳି ଯାଇଥିଲା । ଦୁହେଁ ସମର୍ଥଙ୍କୁ ମାଡିବସିଥିଲେ । ସମର୍ଥକଙ୍କ ହାତଗୋଡ ବାନ୍ଧି ଦେଇଥିଲେ । ମୁହଁ ବନ୍ଦ କରିଦେଇଥିଲେ । ସମର୍ଥଙ୍କ ମୋବାଇଲରୁ ତାଙ୍କ ବାପାଙ୍କୁ ଫୋନ୍ କରି ୫୦ଲକ୍ଷ ଟଙ୍କା ଦାବି କରିଥିଲେ ଅମିତ୍ ଶର୍ମା । ନ ହେଲେ ପୁଅର ଶବ ଦେଖିବ ବୋଲି ଦେଇଥିଲେ ଧମକ । ଉତ୍ତରକୁ ଅପେକ୍ଷା କରିନଥିଲେ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲା । ସେମାନେ ସମର୍ଥଙ୍କୁ ହତ୍ୟା କରିଥିଲେ ।

୨୭ତାରିଖରେ ଅମିତ ଓ ଦିନେଶ ଏକ କାରରେ ଶବକୁ ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ପାଖରେ ଶବକୁ ପୋଟ୍ରୋଲ ପକାଇ ଜାଳିଦେଇଥିଳେ । ପୁଅ ଘରକୁ ନଫେରିବାରୁ ସୁମିତ୍ ଅଗ୍ରୱାଲା ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ଅଭିଯୁକ୍ତ ଦସ୍ୱବ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ପାଇଁ ମୃତ ସମର୍ଥକଙ୍କ ପରିବାର ପକ୍ଷରୁ ଦାବି ହେଉଛି ।

 

Leave a Reply

Your email address will not be published. Required fields are marked *