Masthead

ପ୍ରଭାସ ବଢାଇଲେ ଫିସ୍, ଗୋଟିଏ ଫିଲ୍ମ ପାଇଁ ନେଉଛନ୍ତି ୧୫୦ କୋଟି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ ତଥା ବଲିଉଡ ଜଗତର ସୁପରଷ୍ଟାର ଅଭିନେତା ପ୍ରଭାସଙ୍କର ଏବେ ସିନେମା ଜଗତରେ ଅନେକ ଡିମାଣ୍ଡ ରହିଛି । ହିଷ୍ଟୋରିକାଲ୍ ଫିଲ୍ମ ‘ବାହୁବଲୀ’ର ବଡ଼ ସଫଳତା ପରେ ଜବରଦସ୍ତ ଫେମ୍ ମିଳିଛି ପ୍ରଭାସଙ୍କୁ । ଦେଶବିଦେଶରେ ଏବେ ପ୍ରଭାସଙ୍କର ଫ୍ୟାନ୍ ଫଲୋର୍ସ ମଧ୍ୟ ବଢି ଚାଲିଛନ୍ତି । ଅନେକ ଫିଲ୍ମ ନିର୍ମାତା ଏବେ ନିଜ ଫିଲ୍ମରେ ପ୍ରଭାସଙ୍କୁ ହିରୋ ଭାବରେ ନେବାପାଇଁ ଚାହୁଁଛନ୍ତି । ତେବେ ଏ ସବୁ ଭିତରେ ଏବେ ପ୍ରଭାସଙ୍କୁ ନେଇ ଏକ ଖାସ୍ ଖବର ସାମ୍ନାକୁ ଆସିଛି । ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ଏବେ ପ୍ରଭାସ ୧୫୦ କୋଟି ଟଙ୍କା ଡିମାଣ୍ଡ କରୁଛନ୍ତି । ସାଉଥ ଜଗତର ଅନେକ ନାମୀଦାମୀ ହାଇଏଷ୍ଟ୍ ପେଡ୍ ସେଲିବ୍ରିଟିଙ୍କ ମଧ୍ୟରେ ଏବେ ପ୍ରଭାସଙ୍କ ନାଁ ମଧ୍ୟ ସାମିଲ ହୋଇଛି ।

କେବଳ ସାଉଥ ନୁହେଁ ଅନେକ ବଲିଉଡ ନିର୍ମାତା ମଧ୍ୟ ପ୍ରଭାସଙ୍କୁ ନିଜ ଫିଲ୍ମରେ ହିରୋ କରିବା ପାଇଁ ଅଫର ଦେଉଛନ୍ତି । ବଲିଉଡ ଫିଲ୍ମ ‘ସାହୋ’ ସୁପରହିଟ୍ ହେବା ପରେ ଏବେ ପ୍ରଭାସ ବ୍ୟାକ୍ ଟୁ ବ୍ୟାକ୍ ବଲିଉଡ ଫିଲ୍ମ ମଧ୍ୟ ସାଇନ୍ କରୁଛନ୍ତି । ନିକଟରେ କବୀର ସିଂହ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ପାଇଁ ପ୍ରଭାସ ୧୫୦କୋଟି ଟଙ୍କା ଦାବି କରିଛନ୍ତି। ସୂଚନା ଅନୁଯାୟୀ ପ୍ରଭାସ ଯେଉଁ ଫିଲ୍ମ ବି ସାଇନ୍ କରୁଛନ୍ତି ୧୦୦ କୋଟି ନେବେ ବୋଲି ଦାବି କରୁଛନ୍ତି । ତେଣୁ ନିର୍ମାତାମାନେ ବିନା ଆପତ୍ତିରେ ତାଙ୍କୁ ୧୦୦ କୋଟି ଦେବା ନେଇ ପ୍ରସ୍ତୁତ ମଧ୍ୟ ଅଛନ୍ତି । କିନ୍ତୁ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ପାଇଁ ପ୍ରଭାସ ୧୫୦କୋଟି ମାଗିଛନ୍ତି। ଶେଷରେ ନିର୍ମାତା ତାଙ୍କ କଥାକୁ ମଧ୍ୟ ମାନି ନେଇଛନ୍ତି।

ତେବେ ପ୍ରଭାସଙ୍କ ୱର୍କଫଣ୍ଟ୍ କଥା କହିବାକୁ ଗଲେ ବର୍ତ୍ତମାନ ସେ ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ରାଧେଶ୍ୟାମ’ର ଶୁଟିଂ ଶେଷ କରିଛନ୍ତି। ଏହା ସହ ସେ ଏବେ ସାଲାର୍, ଆଦିପୁରୁଷ, ପ୍ରୋଜେକ୍ଟ କେ ଓ ସ୍ପିରିଟ୍ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ପ୍ରଭାସ ବର୍ତ୍ତମାନ ଶ୍ରୀ ଭେଙ୍କେଟେଶ୍ୱର କ୍ରିଏସନ୍, ଯୁବୀ କ୍ରିଏସନ୍‌, ମୈତ୍ରୀ ମୁଭି ମେକର୍ସଙ୍କ ସହ ନଜର ଆସୁଥିବା ପ୍ରୋଜେକ୍ଟ ଉପରେ କଥାବାର୍ତ୍ତା ମଧ୍ୟ କରୁଛନ୍ତି। ଚଳିତ ବର୍ଷ ପ୍ରଭାସ ତାଙ୍କର ଆଉ ୨ଟି ପ୍ରୋଜେକ୍ଟର ଘୋଷଣା କରିବେ। ଶୁଣାଯାଛି ଯେ ସେ ସିଦ୍ଧାର୍ଥ ଆନନ୍ଦଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଆଗାମୀ ବର୍ଷ ତାଙ୍କର ଅନେକ ଫିଲ୍ମ ରିଲିଜ୍ ହେବା ନେଇ କାର୍ୟ୍ୟକ୍ରମ ପ୍ରସ୍ତୁତି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ