Masthead

ବଲାଙ୍ଗିରରେ ପାଳିତ ହେଲା ପାଟଖଣ୍ଡା ଯାତ୍ରା

ପାଟଣାଗଡ଼(ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରସିଂହାରରେ ପାଟଖଣ୍ଡା ଯାତ୍ରା ଆରମ୍ଭ ହୋଇଯାଇଛି। ପାଟଣାଗଡ଼ରୁ ପାଟ ସିନ୍ଦୁର ଆସିବା ପରେ ସରିଛି ଖଣ୍ଡାଧୁଆ ପର୍ବ। ଆଜି ଦେଝାରରୁ ବାହାରିବେ ମା’ଙ୍କ ପାଟଖଣ୍ଡା। ହଜାର ବର୍ଷର ଏହି ଯାତ୍ରା ବିଧି ରକ୍ଷା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ଆୟୋଜିତ ହୋଇଛି । ଭାଦ୍ରବ ପୂର୍ଣ୍ଣିମା ଦିନ କଣ୍ଟାଫିଟା ପର୍ବ ହୋଇଥିବା ବେଳେ ଆଶ୍ଵିନ ମୂଳାଷ୍ଟମୀ ଦିନରୁ ମନ୍ଦିରରେ ହେଉଥିବା ଷୋଳ ପୂଜା ନବମୀ ଦିନ ଶେଷ ହୋଇଛି। ଜମିଦାରଙ୍କ ହୁକୁମରେ ୩୨ ଦେହୁରୀ ଏକତ୍ରିତ ହୋଇ ମନ୍ଦିର ଭିତରେ ବସିଥିବା ଖଣ୍ଡାକୁ ନେଇ ସୋନଗଡ଼ ନଦୀ ଅଭିମୁଖେ ଯାଇ ପାରମ୍ପରିକ ଖଣ୍ଡା ଧୁଆ ପର୍ବ ଆୟୋଜିତ କରିଥିଲେ। ଖଣ୍ଡା ଧୋଇ ସାରି ଫେରିବା ପରେ ଗାଁ ଲୋକେ କଳସ ସ୍ଥାପନ କରି ସ୍ୱାଗତ କରିଥିଲେ।

ପ୍ରସିଦ୍ଧ ପାଟଖଣ୍ଡା ଯାତ୍ରାର ସ୍ୱତନ୍ତ୍ର ନୀତି ହେଉଛି ପାଟସିନ୍ଦୁର ଆଣିବା । ଏହି ପାଟ ସିନ୍ଦୂରକୁ ଆଣିବା ପାଇଁ ଦୁଇଜଣ ଦେହୁରୀ ଚାଲି ଚାଲି ଯାଇଥାନ୍ତି। ପାଟଣାଗଡ଼ ପାଟଣେଶ୍ୱରୀ ମନ୍ଦିରରୁ ପାଟ ଓ ସମଲେଶ୍ବରୀ ମନ୍ଦିରରୁ ସିନ୍ଦୂର ଆଣି ପାଟଣା ମହାରାଜ ପାଟସିନ୍ଦୂର ଆଣିଯାଇଥିବା ଦେହୁରୀକୁ ଦେଇଥାନ୍ତି। ଏହି ପାଟ ସିନ୍ଦୂର ୧୫ଟି ଗାଁରେ ପୂଜା ପାଇଁ ମସଲିଆ ଘରକୁ ପହଞ୍ଚିଲା ପରେ ଜରାସିଂହାକୁ ଯିବାର ପ୍ରଥା ରହିଛି। ଗାଁ ଲୋକ ଢୋଲ ମୁହୁରୀ ବାଜା ବଜାଇ ପାଟସିନ୍ଦୂର ବରଣ କରି ପାଟଖଣ୍ଡା ମନ୍ଦିରକୁ ନେଲା ପରେ ବରୁଆ ଦେହରେ ମା ଆବିର୍ଭାବ ହୋଇ ଦର୍ଶନ ଦେଇଥାନ୍ତି। ଶୁକ୍ରବାର ବିଜୟାଦଶମୀ ଦିନ ୩ ଟା ସମୟରେ ପାଟଖଣ୍ଡା ଦେବୀ ଦେଝାରରୁ ବାହାରିବା ପରେ ୫ ଦିନ ଧରି ଯାତ୍ରା ଅନୁଷ୍ଠିତ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା