Masthead

ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ଗଛ କାଟି ସସପେଣ୍ଡ୍ ହେଲେ ଫରେଷ୍ଟର । ଆର୍ଥିକ ଅନୟମିତତା ନେଇ ବନ ବିଭାଗ ପକ୍ଷରୁ ଆକ୍ସନ । ଝରିଗାଁ ରେଞ୍ଜ ମୋହରା ସେକ୍ସନର ତତ୍କାଳୀନ ଫରେଷ୍ଟର ତଥା ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଜଣେ ଫରେଷ୍ଟର ନିଲମ୍ବିତ ହୋଇଛନ୍ତି । ଦେଓବନ୍ଧରୁ ଜାମାପଦର ରାସ୍ତା ପାର୍ଶ୍ୱରେ ଥିବା ୨୦ଟି ନୀଳଗିରି ଗଛ ବିନା ଅନୁମତିରେ କାଟି ଏହାକୁ ବେପାରୀଙ୍କୁ ଦେବା ଏବଂ ଆର୍ଥିକ ଅନିୟମିତତାକୁ ନେଇ ଫରେଷ୍ଟରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନରେ କାର୍ୟ୍ୟରତ ଥିବା ବିପିନ କୁମାର ହରିଜନଙ୍କୁ ନିଲମ୍ବନ କରିଛନ୍ତି ଡିଏଫଓ ଉଦୟନ ସୁବୁଦ୍ଧି । ତଦନ୍ତ ପରେ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ଉତ୍ତର ସନ୍ତୋଷଜନକ ନ ହେବାରୁ ଶେଷରେ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ପରେ ତାଙ୍କୁ ଡିଏଫଓ କାର୍ୟ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ବିନା ଅନୁମତିରେ ଜିଲ୍ଲା ସଦର ମହକୁମା ଛାଡ଼ି ନ ପାରିବାକୁ ନିର୍ଦ୍ଦେଶ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର 🔴 ୨୨ରୁ ରାଜ୍ୟରେ ପ୍ରବଳ ବର୍ଷା 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର 🔴 ୨୨ରୁ ରାଜ୍ୟରେ ପ୍ରବଳ ବର୍ଷା 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି