ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ

କଟକ(ବଡ଼ ଖବର ବ୍ୟୁରୋ):  ବିପଦ ସଙ୍କୁଳ ଅବସ୍ଥାରେ ମେରିଆ ବଜାର ସରକାରୀ ପ୍ରାଥମିକ ବଦ୍ୟାଳୟ । ବିପଦରେ ଚାଲିଛି ସ୍କୁଲରେ ପାଠପଢା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ମହାନଗର ନଗମ ୱାର୍ଡ ନମ୍ୱର୍ -୨୨ ଅଧୀନରେ ମେରିଆ ବଜାର ସରକାରୀ ବିଦ୍ୟାଳୟରେ । ଏହି ବିଦ୍ୟାଳୟଟି ୧୯୩୮ ମସିହାରୁ ଚାଲୁଥିବା ବେଳେ, ଏବେ ଏହି ସ୍କୁଲରେ ୩୫ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କଟକରେ ବକ୍ସ ଡ୍ରେନ ନିର୍ମାଣ ହେବା ପରେ ଗୋଟିଏ ପଟେ କଟକର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହିତ ଗମନା ଗମନରେ ସୁବିଧା ପରିଲକ୍ଷିତ ହୋଇଛି ।

ମାତ୍ର ଅନ୍ୟପଟେ ଏହି ବକ୍ସ ଡ୍ରେନ ନିର୍ମାଣ ସମୟରେ ବ୍ୟବହୃତ ଯାନ୍ତ୍ରିକ ଉପକରଣ ବ୍ୟବହାର ଯୋଗୁଁ ଏହି ସ୍କୁଲଟି କ୍ଷତିଗ୍ରସ୍ତ ହୋଇଛି । ସ୍କୁଲର କାନ୍ଥ ଫାଟି ଆଁ କରିଥିବା ବେଳେ, ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗେଇ ଚାଲିଛି ସ୍କୁଲରେ ପାଠପଢ଼ା। ପ୍ରଶାସନକୁ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଅବଗତ କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ସୂଚନା ଦେଇଛନ୍ତି ସ୍କୁଲର ଶିକ୍ଷୟତ୍ରୀ । ବିପଦରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ । ମାତ୍ର କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ବୋଲି ମତ ଦେଲେ ହିନ୍ଦୁ ସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ