Masthead

‘ଲୋକପ୍ରତିନିଧିଙ୍କୁ ପ୍ରତ୍ୟାଖ୍ୟାନ କଲେ ଚଳିବ ନାହିଁ’

ରାୟଗଡା, (ବଡ଼ ଖବର ବ୍ୟୁରୋ): ‘ଆମେ ଜିଲ୍ଲା ପରିଷଦ ସଭ୍ୟମାନେ ଭିକ ମାଗିବାକୁ ଆସିିନାହୁଁ। ଲୋକଙ୍କ ମତନେଇ ଜନପ୍ରତିନିଧି ହୋଇଛୁ। ଲୋକଙ୍କ ପାଖରେ ଆମେ ଉତ୍ତରଦାୟୀ। ଜିଲ୍ଲାପରିଷଦ ସଭ୍ୟ ସଭ୍ୟାମାନଙ୍କୁ ପ୍ରତ୍ୟାକ୍ଷାନ କଲେ ଚଳିବନାହିଁ ।’ ଏହା ହେଉଛି ରାୟଗଡ଼ା ଜିଲ୍ଲାପରିଷଦର ୭୨ତମ ବୈଠକରେ ପ୍ରଶାସନକୁ ସଭ୍ୟସଭ୍ୟାମାନଙ୍କ ଚରମବାଣୀ । ସେମାନେ ଆହୁରି କହିଛନ୍ତି, ‘ଆମକୁ ଅପମାନିତ କଲେ ଚଳିବନାହିଁ। ଯଦି ଏହି ଜିଲ୍ଲା ପ୍ରତି ଆଦର ନାହିଁ, ତେବେ ବରିଷ୍ଠ ଅଧିକାରୀମାନେ ଅନ୍ୟ ଜିଲ୍ଲାକୁ ଚାଲିଯାଇପାରନ୍ତି ।’ ଶୁକ୍ରବାର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ଏଭଳି ଚରମବାଣୀ ଶୁଣାଇଛନ୍ତି ସଭ୍ୟ ସଭ୍ୟାମାନେ ।
ଉପନିର୍ବାଚନ ପରେ ନୂତନ ଭାବେ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ନିଜର ପ୍ରଥମ ଅଭିଭାଷଣ ଦେଇଥିଲେ। ପରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବୀଣାପାଣି ସାହୁକାର ରୁକ୍ଷ କଣ୍ଠରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ରୁତୁରାଜ ତାଙ୍କୁ ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ ଆଣିଥିଲେ। ଏପରିକି ଲୋକଙ୍କ ସମସ୍ୟା ନେଇ ଆସୁଥିବାବେଳେ ତାଙ୍କ ସହ ସାକ୍ଷାତ ହୋଇପାରୁ ନଥିବାରୁ ଲୋକଙ୍କ ସମସ୍ୟା ଦୂର ହୋଇପାରୁନାହିଁ ବୋଲି ଭରା ଗୃହରେ ଅଭିଯୋଗ କରିଥିଲେ। ଅଧିକାରୀଙ୍କ ଏଭଳି ମନୋଭାବକୁ ଦେଖି କାର୍ୟ୍ୟ କରିବାକୁ ଇଚ୍ଛା ଲାଗୁନାହିଁ ବୋଲି ଜିଲାପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ, ସାଂସଦ, ବିଧାୟକ, ସଭ୍ୟସଭ୍ୟା ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ବୀଣାପାଣି କ୍ଷୋଭର ସହ କହିଥିଲେ।
ବୀଣାପାଣିଙ୍କ ସ୍ୱରରେ ସ୍ୱର ମିଶାଇ ଜିଲ୍ଲା ପରିଷଦ ସଭ୍ୟ ପି.ଗୌରିଶଙ୍କର ଡି÷ଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରୁତୁରାଜଙ୍କ ଉପରେ ସଙ୍ଗିନ ଅଭିଯୋଗ ବାଢ଼ିଥିଲେ। ସେ କହିଥିଲେ ଯେ, ଜିଲ୍ଲା ପରିଷଦ ସଭ୍ୟଙ୍କୁ ଆପଣ କାହିଁକି ଗୁରୁତ୍ୱ ଦେଉନାହାନ୍ତି ବୋଲି କଡା କଣ୍ଠରେ ରୁତୁରାଜଙ୍କୁ ପଚାରିଥିଲେ। ଘରକୁ ଗଲେ ସାର ବ୍ୟସ୍ତ ଅଛନ୍ତି ବୋଲି ସୂଚନା ମିଳୁଛି। ଆମେ କ’ଣ ଭିକ ମାଗିବାକୁ ଆସିଛୁ ବୋଲି ମୁହାମୁହିଁ ପ୍ରଶ୍ନ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ସିଧାସଳଖ ସମ୍ପର୍କ ଥିବା ଅଧିକାରୀ ବାରମ୍ବାର ଅଣଦେଖା କରିବା ଜିଲ୍ଲା ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟର କଥା ବୋଲି ଗୌରିଶଙ୍କର କହିଥିଲେ ।
ଜଣେ ଜିଲ୍ଲା ପରିଷଦ ସଭ୍ୟ ଲୋକଙ୍କ ସେବକ। ସିଧାସଳଖ ଲୋକଙ୍କ ସମସ୍ୟା ସେମାନଙ୍କ ପାଖରେ ପହଞ୍ଚିଥାଏ। ଯଦି ରାୟଗଡ଼ା ଜିଲ୍ଲାପ୍ରତି ଦୃଷ୍ଟି ନାହିଁ, ତେବେ ଅନ୍ୟଜିଲ୍ଲାକୁ ଚାଲିଯାଇପାରନ୍ତି ବୋଲି ସେ ରୋକଠୋକ କହିଥିଲେ। ଦୂରଦୂରାନ୍ତରୁ ଲୋକଙ୍କ ସମସ୍ୟା ନେଇ ଆସୁଛୁ। ଆମକୁ ସମୟ ଦେବା ଆପଣଙ୍କର କର୍ତ୍ତବ୍ୟ। ଲେକଙ୍କ ସମସ୍ୟା ଶୁଣିବାକୁ ହିଁ ଆପଣ ଅଛନ୍ତି । ଯଦି ସଭ୍ୟସଭ୍ୟାମାନଙ୍କ ଦ୍ୱାରା ଅଧିକାରୀମାନଙ୍କ କୌଣସି ସମସ୍ୟା ଉପଜୁଛି ତେବେ କହିଲେ ଇସ୍ତଫା ଦେଇ ଚାଲିଯିବୁ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ।
ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରୁତୁରାଜଙ୍କୁ ପଚରାଯିବାରୁ କୋଭିଡ କାର୍ୟ୍ୟରେ ବ୍ୟସ୍ତଥିବା ସଫେଇ ଦେଇଥିଲେ। ତେବେ ଏହି ସମସ୍ୟାକୁ ନେଇ ସମ୍ପୂର୍ଣ୍ଣ ଗୃହଟି ତୁମ୍ବିତୋଫାନରେ ପ୍ରକମ୍ପିତ ହେଇ ଉଠିଥିଲା। ସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ହସ୍ତକ୍ଷେପ କରିଥିଲେ। ତ୍ରୁଟି ରହି ଯାଇଥାଇପାରେ, ଭବିଷ୍ୟତରେ ଏଭଳି ହେବନାହିଁ। ଏଣିକି ମିଳିମିଶି କାର୍ୟ୍ୟ କରିବାକୁ ଜିଲ୍ଲା ପରିଷଦ ସଭ୍ୟସଭ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ ଜିଲ୍ଲାପାଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି