Masthead

ଜାଣନ୍ତୁ କୃଷି କର୍ମଣ ପୁରସ୍କାର ସତ, ଯାହା ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଲୁଚେଇ ରଖିଥିଲେ…

(ବଡ଼ ଖବର ବ୍ୟୁରୋ): ଆମ ରାଜ୍ୟ ସରକାର କହୁଛନ୍ତି, ଓଡ଼ିଶା କୃଷି କ୍ଷେତ୍ରରେ ଦେଶରେ ନମ୍ବର ୱାନ । ସେଥିପାଇଁ ବାରମ୍ବାର ଆମେ କୃଷି କର୍ମଣ ପୁରସ୍କାର ପାଉଛୁ । ଆମ ଚାଷୀଙ୍କ ଏଭଳି ଦୁର୍ଦ୍ଦଶା ପରେ ବି ଆମେ କେମିତି ଦେଶରେ ଏତେ ଥର ନମ୍ବର ୱାନ ହେଉଛୁ, ଜାଣିବାକୁ ଉତ୍ସୁକ ହେଲୁ । ଦେଶର ଅନ୍ୟ ରାଜ୍ୟରେ ଆମଠାରୁ ବି ଖରାପ ସ୍ଥିତି କି ଜାଣିବାକୁ ଚାହିଁଲୁ । ଯେଉଁ ତଥ୍ୟ ଦେଖିଲୁ, ତାହା ଆମକୁ ଚକିତ କଲା ।

ଆମ ସରକାର କେବେ ବି ଆମକୁ ସେ କଥା କହିନାହାନ୍ତି । ଅଧିକାଂଶ ଲୋକେ ଏକଥା ଜାଣି ନ ଥିବେ, ଓଡ଼ିଶା କୃଷି କ୍ଷେତ୍ରରେ ଦେଶର ନମ୍ବର ୱାନ ରାଜ୍ୟ ଭାବେ କୃଷି କର୍ମଣ ପାଉ ନାହାନ୍ତି । ଦେଶର କୃଷି କ୍ଷେତ୍ରରେ ଆଗୁଆ ରାଜ୍ୟ ମାନଙ୍କୁ ନେଇ କ୍ୟାଟେଗୋରୀ ୱାନ୍ ରହିଛି । ଯେଉଁଥିରେ ଓଡ଼ିଶା ନାହିଁ । ଏଥିରେ ପଂଜାବ, ହରିୟାଣା, ପଶ୍ଚିମବଂଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଭଳି ରାଜ୍ୟ ରହିଛି । ଯେଉଁଠି ୧୦ ମିଲିୟନ ଟନରୁ ଅଧିକ ଫସଲ ଉତ୍ପାଦନ ହୁଏ ।

ଆମ ରାଜ୍ୟ କ୍ୟାଟେଗୋରୀ ଟୁ ରେ ରହିଛି । ଯେଉଁଠି ୧୦ ମିଲିୟନ ଟନରୁ କମ୍ ଶସ୍ୟ ଉତ୍ପାଦନ ହୁଏ । ମାନେ ଆମ ଦେଶର ଏକ ନମ୍ବର ହେବା ତ ଦୂରର କଥା ଆଗୁଆ ରାଜ୍ୟମାନଙ୍କ କ୍ୟାଟେଗୋରୀରେ ବି ନାହାନ୍ତି । ଓଡ଼ିଶା ସରକାର ଦୁଇ ନମ୍ବର କ୍ୟାଟେଗୋରୀର ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ହୋଇ ଏଠି ପ୍ରଚାର କରୁଛନ୍ତି କି ସାରା ଦେଶରେ ପ୍ରଥମ ହୋଇଗଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ