Masthead

ଖୋର୍ଦ୍ଧାରେ ଆରମ୍ଭ ହେଲା ପ୍ରଥମ ଗାଡି ସ୍କାର୍ପିଂ ୟୁନିଟ, ସରକାରୀ ଗାଡିରୁ ଆରମ୍ଭ ହେବ ସ୍କାର୍ପିଂ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଡିବନି ଆଉ ୧୫ ବର୍ଷର ପୁରୁଣା ଗାଡି । ସରକାରୀ ଗାଡିରୁ ଆରମ୍ଭ ହେବ ସ୍କ୍ରାପିଂ । ଖୋର୍ଦ୍ଧା ପିତାପଲ୍ଲୀଠାରେ ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି ରାଜ୍ୟର ପ୍ରଥମ ଗାଡି ସ୍କାପିଂ ୟୁନିଟ । ଖୋର୍ଦ୍ଧା ପରେ ଯାଜପୁରରେ ହେବ ଏହାର ଦ୍ୱିତୀୟ ୟୁନିଟ ।

ଟାଟା ମୋଟର୍ସ ଆନୁକୂଲ୍ୟରେ ସ୍ଥାପିତ ଏହି ୟୁନିଟକୁ ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପୁରୁଣା ସରକାରୀ ଗାଡି ଗୁଡିକର ସ୍କାର୍ପିଂ ଆରମ୍ଭ ହୋଇଛି । ଏହାପରେ ଅନ୍ୟ ପୁରୁଣା ଗାଡି ଗୁଡିକ ସ୍କ୍ରାପିଂ କରାଯିବ । ୧୫ ବର୍ଷରୁ ଅଧିକ ପୁରୁଣା ହୋଇସାରିଥିବା ଗାଡି ସ୍କ୍ରାପିଂ କରାଯାଇ ଗାଡି ମାଲିକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯିବ ।

ଟାଟା କମ୍ପାନୀ ସୁନ୍ଦରଗଡଠାରେ ଏକ ସ୍କାପ ୟୁନିଟ ସ୍ଥାପନ ପାଇଁ ସରକାରୀ ସ୍ତରରେ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ପୋଲିସ ଓ ଅଗ୍ନିଶମ ବିଭାଗର ୩୨୩ଟି ଗାଡି ସ୍କ୍ରାପ୍ ପାଇଁ ପଞ୍ଜୀକୃତ ହୋଇଥିବା ଜଣାପଡିଛି । ଏହାପରେ ତାଲିକାଭୁକ୍ତ ହୋଇଥିବା ବିଭିନ୍ନ ସରକାରୀ ଗାଡି ସ୍କ୍ରାପିଂ ପାଇଁ ଅଣାଯିବ । ପିତାପଲ୍ଲୀ ସ୍କ୍ରାପ୍ ୟୁନିଟରେ ଦୈନିକ ୫୦ଟି ଗାଡି ସ୍କ୍ରାପିଂ ହୋଇପାରିବ ।

ପରିବେଶ ପ୍ରଦୂଷଣ ଦୂର କରିବା , ରାସ୍ତାକୁ କ୍ଷତିରୁ ରକ୍ଷା କରିବା, ଗାଡିର ଇନ୍ଧନ ଦକ୍ଷତା ବୃଦ୍ଧି କରିବା ଭଳି ୭ଟି ଲକ୍ଷ୍ୟ ନେଇ ଗାଡି ସ୍କ୍ରାପିଂ ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପରିବହନ ବିଭାଗ ପକ୍ଷରୁ ଗାଡି ସ୍କ୍ରାପିଂ ନୀତି ପ୍ରଣୟନ କରାଯାଇଛି । ଗାଡି ସ୍କ୍ରାପିଂ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ମାର୍ଗଦର୍ଶିିକା ଅନୁପାଳନ କରିବାରେ ଓଡିଶା ହେଉଛି ପ୍ରଥମ । ଆଜିଯାଏଁ ୧୧ଟି ସଂସ୍ଥାକୁ ସ୍କ୍ରାପିଂ ୟୁନିଟ ଖୋଲିବା ପାଇଁ କେନ୍ଦ୍ରସରକାର ଅନୁମତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି