Masthead

ପାକିସ୍ତାନରେ ୫ ସଂଖ୍ୟାଲଘୁଙ୍କୁ ହତ୍ୟା

ବଡ଼ ଖବର ବ୍ୟୁରୋ: ଶୁକ୍ରବାର ପାକିସ୍ତାନରେ ୫ ହିନ୍ଦୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ରହୀମ ୟାର ଖାନ ସହରଠାରୁ ୧୫ କିଲୋମିଟର ଦୂରରେ ଥିବା ଆବୁଧାବି କଲୋନୀରେ ଏମାନଙ୍କୁ ହତ୍ୟା କରାଯାଇଛି। ରହୀମ ୟାର ଖାନରେ ସାମାଜିକ କାର୍ଯ୍ୟକର୍ତ୍ତା ବିରବଲ ଦାସ ନ୍ୟୁଜ୍ ଇଣ୍ଟରନ୍ୟାସନାଲକୁ କହିଛନ୍ତି ଯେ ରାମ ଚାନ୍ଦ ଜଣେ ହିନ୍ଦୁ । ଟେଲରିଂ କରି ପରିବାର ପ୍ରତିପୋଷଣ କରୁଥିଲା। ହିନ୍ଦୁ ହୋଇଥିବାରୁ ଏଭଳି ହତ୍ୟା ହୋଇଥିବା ଆଶଙ୍କା କରାଯାଉଛି ।

ଏହାପରେ ପାକିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଆବୁଧାବି କଲୋନୀରେ ରହୁଥିବା ଏହି ପରିବାରର ସମସ୍ତ ଲୋକଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଛି । ମୃତଦେହ ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ ଓ କୁରାଢ଼ିକୁ ପାକିସ୍ତାନ ପୋଲିସ ଜବତ କରିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପାକିସ୍ତାନରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇ ବାର ବାର ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।

ଗତ କିଛି ବର୍ଷ ଧରି ପାକିସ୍ତାନରେ ରହୁଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । କେତେବେଳେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି ତ ପୁଣି କେତେବେଳେ ହିନ୍ଦୁ ଯୁବତୀଙ୍କୁ ଅପହରଣ ଓ ଧର୍ମ ପରିବର୍ତ୍ତନ କରାଯାଉଛି । କିଛିଦିନ ତଳେ ଏକ ହିନ୍ଦୁ ମନ୍ଦିରକୁ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ