Masthead

ଗୁଜରାଟରେ ବନ୍ୟା ଯୋଗୁ ୧୮ ଜିଲ୍ଲା ଜଳାର୍ଣ୍ଣବ

ଗୁଜରାଟ (ବଡ଼ ଖବର ବ୍ୟୁରୋ): ଗୁଜରାଟରେ ବନ୍ୟା ବିତ୍ପାତ ଯୋଗୁ ୧୮ ଜିଲ୍ଲା ଜଳାର୍ଣ୍ଣବ ହୋଇପଡିଛି । ଗତ ୩ଦିନ ମଧ୍ୟରେ ଗୁଜରାଟରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଅନେକ ନିଖୋଜ ଥିବା କୁହାଯାଉଛି । ୫ ଜିଲ୍ଲା ଯଥା ରାଜକୋଟ୍ସ ଆନନ୍ଦ, ଖେଡ଼ା, ମୋରବି, ଭଦୋଦରା ଏବଂ ଦ୍ବାରିକାରେ ସ୍ଥିତି ଗମ୍ଭୀର ହୋଇଛି । ଏପଟେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଭାରତୀୟ ସେନା, ବାୟୁସେନା, ତଟରକ୍ଷୀ ବାହିନୀ ସମେତ ଏନଡିଆରଏଫ, ଏସଡିଆରଏଫ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮ ଜିଲ୍ଲାରୁ ୨୩ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପରିସ୍ଥିତି ପାଇଁ ରାଜ୍ୟରେ ୫୦ରୁ ଅଧିକ ଟ୍ରେନ୍ ବାତିଲ୍ ହୋଇଛି । ଅହମଦାବାଦ, ରାଜକୋଟ, ବୋଟାଦ, ଆନନ୍ଦ, ଖେଡା, ମହିସାଗର, କରାଚ ଏବଂ ମୋରବିରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି ।

ପ୍ରବଳ ବର୍ଷା ପାଇଁ ରାସ୍ତାଘାଟ ଭାସିଯାଇଛି । ଫଳରେ ରାଜପଥରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍ ଲାଗିଛି । ଦ୍ୱାରକା, ଜାମନଗର, ପୋରବନ୍ଦର, ମୋରବି, ଜୁନାଗଡ଼ ଏବଂ ରାଜକୋଟ ଜିଲ୍ଲାରେ ମୂଷଳଧାରାରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ନଦୀଗୁଡ଼ିକର ଜଳସ୍ତର ବୃଦ୍ଧିପାଇଛି । ଜଳସ୍ତର ବିପଦସଙ୍କେତ ଉପରେ ଥିବା ନଦୀଗୁଡ଼ିକର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କିଛି ଅଞ୍ଚଳରେ ୧୦ରୁ ୧୨ ଫୁଟ୍‌ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ବନ୍ୟା ପାଣି ଘେରରେ ଫସିଥିବା ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଖାଦ୍ୟ, ପାନୀୟ ଅଭାବରୁ ଅନେକେ ଅସୁବିଧାରେ ପଡ଼ିଛନ୍ତି । ଏପରି ବନ୍ୟା ସ୍ଥିତି ପ୍ରାୟ ୨୦ ବର୍ଷ ପରେ ଦେଖିବାକୁ ମିଳିଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଗୁଜରାଟ ପାଇଁ ପାଣିପାଗ ବିଭାଗ ପାଞ୍ଚ ଦିନ ସତର୍କତା ଜାରି କରିଛି । ୧୧ ଜିଲ୍ଲାକୁ ରେଡ୍‌ ଆଲର୍ଟ ଏବଂ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା