Masthead

ଟିକା ଅଭାବ: ୩ଟି ଜିଲ୍ଲାରେ ହେବ ଟିକାକରଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଟିକା ଅଭାବରୁ ରବିବାର ରାଜ୍ୟରେ ମାତ୍ର ୩ଟି ଜିଲ୍ଲାରେ ହେବ ଟିକାକରଣ। କେନ୍ଦ୍ରାପଡ଼ା, ପୁରୀ ଓ ରାୟଗଡ଼ାରେ ହେବ ଟିକାକରଣ । ପୁରୀର ୬୭ ଟିକା କେନ୍ଦ୍ରରେ ଟିକାକରଣ କରାଯିବ। ସେହିପରି କେନ୍ଦ୍ରାପଡ଼ାରେ ୮୦ ଓ ରାୟଗଡ଼ାରେ ୧୬ଟି କେନ୍ଦ୍ରରେ ହେବ ଭ୍ୟାକ୍ସିନେସନ। ମୋଟ ୧୬୩ଟି କେନ୍ଦ୍ରରେ ଦିଆଯିବ ଟିକା। ରାଜ୍ୟରେ ୯ ଲକ୍ଷ ୮୧ ହଜାର ୧୯୦ କୋଭିସିଲଡ ଡୋଜ ଥିବା ବେଳେ ୩ ଲକ୍ଷ ୯୧ ହଜାର ୫୪୦ କୋଭାକ୍ସିନ ଡୋଜ ରହିଛି।

ଶନିବାର ୧୫ଟି ଜିଲ୍ଲାରେ ବନ୍ଦ ରହିଥିଲା ଟିକାଦାନ। ଏପଟେ ଟିକାକରଣ ରାଙ୍କିଙ୍ଗରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ୫୫ ଦଶମିକ ୩୯ ପ୍ରତିଶତ ଟିକାକରଣ କରି ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଟିକାକରଣରେ ସାରାଦେଶରେ ରାଜସ୍ଥାନ ଆଗୁଆ ରହିଛି। ମେଘାଳୟରେ ସର୍ବନିମ୍ନ ୧୪.୨୮ପ୍ରତିଶତ ଟିକାକରଣ ହୋଇଛି। ଟିକାକରଣରେ ଓଡ଼ିଶା ପଛକୁ ଆନ୍ଧ୍ର, ହିମାଞ୍ଚଳପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟ ରହିଛନ୍ତି। ରବିବାର ରାଜ୍ୟର ୩ଟି ଜିଲ୍ଲାରେ ହେବ ଟିକାକରଣ । କେନ୍ଦ୍ରାପଡା-୮୦, ପୁରୀ-୬୭ ଏବଂ ରାୟଗଡାର ୧୬ଟି ସ୍ଥାନରେ ହେବ ଟିକାକରଣ । ଆଜି ମୋଟ ୧ ଲକ୍ଷ ୮ ହଜାର ୧୫୦ ଜଣଙ୍କୁ ଟିକାକରଣ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ