Masthead

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତରେ ବନ୍ୟାସ୍ଥିତି

ମାଲକାନଗିରିରେ (ବଡ଼ ଖବର ବ୍ୟୁରୋ): ମାଡି ଆସିଲା ପାହାଡ ପାଣି । ଲଗାଣ ବର୍ଷାରେ ବନ୍ୟା ଘେରରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତ । ରାସ୍ତା ଉପରେ ଆଣ୍ଠୁଏ ପାଣି । ପାହାଡ ଉପରୁ ପାଣି ଓ ଲଗାଣ ବର୍ଷା ଉପାନ୍ତ ଗାଁରେ ସୃଷ୍ଟି କରିଛି ହାହାକାର । ୨ ଦିନର ବର୍ଷା ପାଣିରେ ଅତିଷ୍ଠ ହୋଇପଡୁଛନ୍ତି ଗାଁ ଲୋକେ । ରାସ୍ତା ଠାରୁ ଆରମ୍ଭ କରି ଘର ଅଗଣା ଯାଏଁ ଆଣ୍ଠୁଏ ପାଣି । ପାହାଡି ଝରଣାରେ ଧୀରେ ଧୀରେ ଜଳସ୍ତର ବଢିବାକୁ ଲାଗିଛି।

ଏଥିଯୋଗୁ ପୁରା ଗାଁ ବନ୍ୟା ଜଳ ଘେରରେ ରହିଛି। ଚଳିତ ବର୍ଷ ସବୁ ରେକର୍ଡ଼ ଭାଙ୍ଗି ବର୍ଷା ଜଳ ଜୁଲାଇ ମାସରେ ଏପରି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ସେହି ପରି ତୁଳସୀ, କେରିମେଟି, ରାସ୍ତାରେ ମାଟି ଅତଡ଼ା ଖସି ଯାତାୟତ ଠପ୍ ହୋଇଯାଇଛି। ଆଗ୍ରୀ ଯୋଡି ଆଉ ଫୁଲ ଯୋଡି ବ୍ରିଜ୍ ଉପରେ ୫ଫୁଟ ପାଣି ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ