ରସଗୋଲା ସମାଧାନ କରିବ ନଟବରଙ୍କ ଘରକଳି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରସଗୋଲା ସମାଧାନ କରିବ ନଟବରଙ୍କ ଘରକଳି । ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଂଜିବେ ମହାପ୍ରଭୁ । ବିଶ୍ୱ ଦେଖିବ ବିଶ୍ୱନିୟନ୍ତାଙ୍କ ଦାମ୍ପତ୍ୟ କଳହ, ଆଉ ତାହା ସାଙ୍ଗରେ ଓଡ଼ିଶାର ମିଠା ରସଗୋଲାର ମହିମା । ନଅ ଦିନର ଲୀଳା ସାରି ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ । ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ । ରସଗୋଲାକୁ ନେଇ ବିବାଦ କରୁଥିବା ପଡୋଶୀ ରାଜ୍ୟକୁ ପ୍ରତିବର୍ଷ ପ୍ରମାଣ ଦିଅନ୍ତି ପ୍ରଭୁ, ରସଗୋଲା କେବଳ ଓଡ଼ିଶାର । ରଥଯାତ୍ରା ଯେବେଠୁ ରସଗୋଲା ସେବେଠୁ ।

ପ୍ରତିବର୍ଷ ନୀଳାଦ୍ରିବିଜେରେ ସିଂହଦ୍ୱାର ଆଗର ଦୃଶ୍ୟକୁ ଚାହିଁବସିଥାଏ ଜଗତ । ଯେତେବେଳେ ଶ୍ରୀମନ୍ଦିର ପ୍ରବେଶ କରିବାକୁ ବାହାରନ୍ତି କାଳିଆ ଠାକୁର, ବାଟ ଓଗାଳନ୍ତି ମା ସାଆନ୍ତାଣୀ । କିନ୍ତୁ ଚତୁର ଭରା କଥା ଓ ମିଠା ରସଗୋଲା ଦେଇ ଅନ୍ନପୂର୍ଣ୍ଣାଙ୍କୁ ମନାଇଦିଅନ୍ତି ଓଡ଼ିଆଙ୍କ ପ୍ରାଣପ୍ରିୟ ଠାକୁର ଶ୍ରୀଜଗନ୍ନାଥ । ଏଭଳି ଅନନ୍ୟ ପରମ୍ପରାକୁ ଅଧିକ ଉତ୍ସବମୁଖର କରିବାକୁ ସବୁଠି ପାଳନ ହୁଏ ରସଗୋଲା ଦିବସ । ପରସ୍ପରକୁ ରସଗୋଲା ଖୁଆଇ ମିଠା ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟବାସୀ । ରସଗୋଲାକୁ ନେଇ ଭିନ୍ନ ଭିନ୍ନ ଉପାୟରେ ହୁଏ ସେଲିବ୍ରେସନ । ସ୍ୱିଟ୍ ଷ୍ଟଲରେ ଭିଡ ଜମେ । ବାଲୁକାକଳାରେ ସୁନ୍ଦର ଛବି ଆଙ୍କିଦିଅନ୍ତି ଶିଳ୍ପୀ । ସମସ୍ତେ କହନ୍ତି, ରସଗୋଲା ଓଡିଶାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’