Masthead

ମୋବାଇଲ ପାଇଁ ଡ୍ୟାମ ଶୁଖାଇ ନିଲମ୍ବିତ ହେଲେ ସରକାରୀ ବାବୁ

ଛତିଶଗଡ଼ (ବଡ଼ ଖବର ବ୍ୟୁରୋ): ଦାମୀ ମୋବାଇଲ ପାଇଁ ଡ୍ୟାମ ଶୁଖାଇଦେଲେ ସରକାରୀ ବାବୁ । ଲଗାତାର ଚାରି ଦିନ ଧରି ଡ୍ୟାମରେ ପମ୍ପ ଲଗାଇ ୨୧ ଲକ୍ଷ ଲିଟର ପାଣି ଖାଲି କରିଦେଲେ । ଛତିଶଗଡ଼ କାଙ୍କେର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । କୋୟଲିବେଡା ବ୍ଲକ ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ୱାସଙ୍କ ଏଭଳି କାର୍ଯ୍ୟ ପାଇଁ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ଏସଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସୂଚନା ଅନୁଯାୟୀ, କୋୟଲିବେଡା ବ୍ଲକ ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ୱାସ ସାଙ୍ଗମାନଙ୍କ ସହିତ ପଙ୍ଖାଜୁରରେ ଥିବା ପରଲକୋଟ ଡ୍ୟାମ ନିକଟକୁ ଭୋଜି କରିବା ପାଇଁ ଯାଇଥିଲେ ।

ସେଠାରେ ସେଲଫି ନେଲାବେଳେ ଅସାବଧାନତା ବସତଃ ତାଙ୍କ ହାତରୁ ଫୋନ ଖସି ପାଣିରେ ପଡ଼ିଯାଇଥିଲା । ତେବେ ଫୋନର ଦାମ ୧ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ତେଣୁ ଫୋନକୁ ଖୋଜିବା ପାଇଁ ପ୍ରାୟ ଚାରିଦିନ ଧରି ଆଭିଯାନ ଜାରି ରହିଲା । ଫୋନ ଖୋଜିବା ପାଇଁ ଅଧିକାରୀ ଜଣକ ପ୍ରଥମେ ସ୍ଥାନୀୟ ବୁଡାଳିଙ୍କ ସାହାଯ୍ୟ ନେଇଥିଲେ । ମାତ୍ର ଫୋନ ନମିଳିବାରୁ ପାଣି ଖାଲି କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ସେ ୩୦ ଏଚପିର ପମ୍ପ୍‌ ବ୍ୟବହାର କରି ଡ୍ୟାମ୍‌ରୁ ୨୧ ଲକ୍ଷ ଲିଟର ପାଣି ଖାଲି କରିଥିଲେ । ଅଭିଯୋଗ ପାଇ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହକାରେ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ