Masthead

ଇଡି ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଜଣେ ଇଡି ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି । ଇଡିର ସହକାରୀ ନିଦେ୍ର୍ଦଶକ ସନ୍ଦୀପ ସିଂ ଯାଦବଙ୍କୁ ବୁଧବାର ରାତିରେ ସିବିଆଇ ମୁଖ୍ୟ ମୁମ୍ବାଇ ମୁଖ୍ୟ ଶାଖା ଦ୍ୱାରା ଗିରଫ କରାଯାଇଛି । ମୁମ୍ବାଇର ଜଣେ ଜୁଏଲେରଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହକାରୀ ନିର୍ଦ୍ଦେଶକଙ୍କୁ ସିବିଆଇ ଗିରଫ କରିଛି। ଇଡି ପକ୍ଷରୁ ଗତ ୩ ଓ ୪ ତାରିଖରେ ଉକ୍ତ ଜୁଏଲେରୀ ପରିସରରେ ଚଢ଼ାଉ କରାଯାଇଥିଲା।

ଜୁଏଲରଙ୍କ ପୁଅ ଯଦି ୨୫ ଲକ୍ଷ ଟଙ୍କା ନ ଦିଅନ୍ତି, ତେବେ ତାଙ୍କୁ ମିଛ ମାମଲାରେ ଫସାଇ ଗିରଫ କରାଯିବ ବୋଲି ଆସିଷ୍ଟାଣ୍ଟ ଡାଇରେକ୍ଟର ସନ୍ଦୀପ ସିଂ ଯାଦବ ଧମକ ଦେଇଥିଲେ। ବୁଝାମଣା ପରେ ୨୦ ଲକ୍ଷ ଟଙ୍କାକୁ କମାଇଦିଆଯାଇଥିଲା। ଲାଞ୍ଚ ନେଉଥିବାବେଳେ ଯାଦବଙ୍କୁ ସିବିଆଇ ଟିମ୍‌ ଧରିଥିଲା। ଯାଦବ ଗିରଫ ହେବା ପରେ ଇଡି ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଛି। ଏଥିସହ ତାଙ୍କର ନୂଆଦିଲ୍ଲୀ ବାସଭବନରେ ଉଭୟ ଇଡି ଏବଂ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି।

ଯାଦବଙ୍କୁ ଧରିବା ପାଇଁ ସିବିଆଇର ଦୁର୍ନୀତି ନିବାରଣ ବିଭାଗ ଲଜପତ ନଗର ବଜାରରେ ଜାଲ ବିଛାଇଥିଲା। ଯାଦବ ପୂର୍ବରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ରେ କାର୍ୟ୍ୟ କରୁଥିବାବେଳେ ଗତବର୍ଷ ମେ’ରେ ଇଡିର ସହକାରୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ