Masthead

୩ ବର୍ଷରେ ପ୍ରଥମ ଥର ବିନା ବାଧାରେ ଜମ୍ମୁ-କାଶ୍ମୀରରେ ସ୍ୱାଧୀନତା ଦିବସରେ ଚାଲିଲା ଇଣ୍ଟରନେଟ

ଜମ୍ମୁ-କାଶ୍ମୀର(ବଡ଼ ଖବର ବ୍ୟୁରୋ): ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ ଲାଗି ରହିଛି ଇଣ୍ଟରନେଟ ସମସ୍ୟା । ତେବେ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଗତ ୩ ବର୍ଷରେ ପ୍ରଥମ ଥରପାଇଁ ବାଧା ଶୂନ୍ୟ ରହିଛି ଇଣ୍ଟରନେଟ ସେବା । ଯାହା ଦ୍ୱାରା ସ୍ୱାଧୀନତା ଦିବସ ପାଳନରେ କୌଣସି ଅସୁବିଧା ହୋଇନଥିବା ମଧ୍ୟ ଜଣାପଡ଼ିଛି ।

ଏନେଇ ସୂଚନା ଦେଇଛନ୍ତି ସରକାରୀ ଅଧିକାରୀ । ପୋଲିସ ଇନସପେକ୍ଟର ଜେନେରାଲ ବିଜୟ କୁମାର ଏନେଇ ଏକ ଟ୍ୱିଟ କରିଛନ୍ତି । ତେବେ ୨୦୦୫ ଅଗଷ୍ଟ ୧୫ ତାରିଖରେ ଆତଙ୍କବାଦୀମାନେ ଭାରତକୁ ଟାର୍ଗେଟ କରି ଦେଶର ସ୍ୱାଧୀନତା ଦିବସରେ ମୋବାଇଲ ଫୋନ ବ୍ୟବହାର କରି ବକ୍ସି ଷ୍ଟାଡିଅମ ବାହାରେ ଏକ ବିସ୍ଫୋରଣ କରିଥିଲେ ।

ଯାହାକି ସ୍ୱାଧୀନତା ପାଳନ କରିବାରେ ଏକ ବଡ଼ ବାଧା ସୃଷ୍ଟି କରିଥିଲା । ଏବଂ ଏହା ପରଠୁ ପ୍ରାୟତଃ ଜମ୍ମୁ ଓ କାଶ୍ମୀରରେ ସ୍ୱାଧୀନତା ଦିବସରେ ଇଣ୍ଟରନେଟ ସେବା ବନ୍ଦ କରାଯାଏ । ଶେଷ ଥର ୨୦୧୮ରେ କୌଣସି ବାଧା ନ ଆସି ଇଣ୍ଟରନେଟ ଚାଲିଥିଲା । ଆଉ ୩ବର୍ଷ ପରେ ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ଇଣ୍ଟରନେଟ ବିନା କୌଣସି ଦ୍ୱିଧାରେ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ