Masthead

ଜଙ୍ଗଲ ବିଭାଗର ଦାଦାଗିରି

କୋକସରା(ବଡ଼ ଖବର ବ୍ୟୁରୋ): ଜଙ୍ଗଲ ଜମି ଅଧିକାର ଆଇନରେ ଆଦିବାସୀଙ୍କୁ ପ୍ରଶାସନ ସ୍ୱୀକୃତି ନଦେଇ ବନବିଭାଗ କର୍ମଚାରୀ ଓ ଦୁର୍ବୁତ୍ତଙ୍କ ଜୁଲମ ପ୍ରତିବାଦରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବନବାସୀ । ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଉପସ୍ଥିତରେ ଦୁର୍ବୃତ୍ତମାନେ ଘରପୋଡିବା ସହ ବନବାସୀଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ୨୦ ବର୍ଷ ଘର କରି ରହିବା ପରେ ବି ଜଙ୍ଗଲ ବିଭାଗ କର୍ମଚାରୀ ଓ ସ୍ଥାନୀୟ କିଛି ଲୋକଙ୍କଙ୍କ ଜୁଲୁମ ଭିତରେ ସଢୁଛନ୍ତି ବନ ନିବାସୀ।

ଏପରିକି ଜୁଲୁମ ସୀମା ଟପି ଯାଇଛି। ଘର ପୋଡିଦେବା ,ଭଙ୍ଗାରୁଜା କରିବା ସାଙ୍ଗକୁ ମାରପିଟ ଘଟଣା ଏବେ କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚା ବିଷୟ ପାଲଟିଛି। କୋକସରା ବ୍ଲକ ଗତମୁଣ୍ଡା ପଞ୍ଚାୟତ ସାହାଜଖୋଲ ସଂରକ୍ଷଣ ଜଙ୍ଗଲ ଭିତରେ ଏକ ବସ୍ତି ଆଜକୁ ୨୦ବର୍ଷ ହେବ ଗଢିଉଠିଛି । ପ୍ରାୟ ୩୪ପରିବାର ର ୨ଶହରୁ ଉର୍ଦ୍ଧ୍ବ ଲୋକ ରହୁଛନ୍ତି । ହଠାତ ଜଙ୍ଗଲ ବିଭାଗର କେତେକ କର୍ମଚାରୀ ଓ କିଛି ଲୋକ ବସ୍ତିବାସିନ୍ଦାଙ୍କୁ ମାଡ଼ ମାରିବା ଓ ଘର ପୋଡ଼ିଦେବା ସହ ମହିଳାଙ୍କୁ ଅଶୀଳ ଭାଷାରେ ଗାଳି ଗୁଲଜ କରିଥିବା ଆମପାଣି ଥାନାରେ ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି