Masthead

ଏବେ ବି ଜଳୁଛି ଜଙ୍ଗଲ

ମୟୂରଭଞ୍ଜ/ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଶିମିଳିପାଳ ପରେ ଜଳୁଛି ମାଲକାନଗିରି । ଜିଲ୍ଲାର ଅଧା ଅଂଚଳ ଧୂଆଁରେ ଭତ୍ତି । ଦୂର ରାସ୍ତା ଦେଖିବା କଷ୍ଟ ହୋଇପଡିଛି । ଗୋବିନ୍ଦପାଲ୍ଲି ଠାରୁ ବାଲିମେଳା ଦେଇ ମାଲକାନଗିରି ସହର ପଯ୍ୟନ୍ତ ସବୁଠି ଧୂଆଁ । ଧୂଆଁରେ ଅସ୍ତବ୍ୟସ୍ତ ହୋଇପଡିଲେଣି ଗ୍ରାମବାସୀ । ସେପଟେ ଯଥାଶୀଘ୍ର ବିନବିଭାଗ ପକ୍ଷରୁ ପଦକ୍ଷପ ନେବାକୁ ଦାବୀ ଜୋର ଧରିଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ସଠିକ ଭାବେ ସଚେତନତା କରା ନଯିବାରୁ ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା ନିଜେ ଡିଏଫଓ କହିଛନ୍ତି ।

ଅନ୍ୟପଟେ ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ । ଶିମିଳିପାଳର ଦୁଇଟି ରେଞ୍ଜ ପୋଡାଡିହା ଏବଂ ଡୁକୁରା ରେଞ୍ଜରେ ଏବେ ନିଆଁ ଭୟଙ୍କର ରୂପ ନେଇଛି । ପୋଡାଡିହା ରେଞ୍ଜର ପୋଡାଡିହା, ଅନନ୍ତପୁର, ବାଲିନାଳ ଏବଂ ଡୁକୁରା ରେଞ୍ଜର ମାଣିକପୁର, ବାଲମା ଆଦି ଅଂଚଳରେ ନିଆଁ ଲାଗିଛି । ପୂର୍ବାପେକ୍ଷା ନିଆଁ ଅଧିକ ମାତ୍ରାରେ ଲାଗିଥିବା ବେଳେ ନିଆଁ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ରହିଛି ଶିମିଳିପାଳ ପାଦ ଦେଶରେ ବସବାସ କରୁଥିବା ଗ୍ରାମବାସୀ । ନିଆଁ ଗ୍ରାମ ମୁହାଁ ହେଉଥିବା ଗ୍ରାମବାସୀମାନେ କହିଥିବା ବେଳେ ନିଆଁକୁ ଆୟତ କରିବାକୁ ବନବିଭାଗ ଆସୁ ନ ଥିବା ଅଭିଯୋଗ ହୋଇଛି । ଦୁଇ ଦୁଇ ଥର ଶିମିଳିପାଳରେ ନିଆଁ ଲାଗିଥିବାରୁ ଦୁଇ ରେଞ୍ଜରେ ଥିବା ବହୁ ଔଷଧୀୟ ଗୁଳ୍ମଲତା ସହିତ ବନ୍ୟଜନ୍ତୁ ପୋଡି ନଷ୍ଟ ହୋଇଯାଉଥିବା କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ