Masthead

ଜାମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ନୋଟିସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ନୋଟିସ । ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ବିରୋଧରେ ଆଗତ ଏକ ଦୁର୍ନୀତି ମାମଲାରେ ସିବିଆଇ ସତ୍ୟପାଲଙ୍କୁ ନୋଟିସ ଜାରି କରିଛି । ଏପ୍ରିଲ ୨୮ ରେ ହାଜର ହେବାକୁ କୁହାଯାଇଛି । ପୁଲୱାମା ଆକ୍ରମଣ ସମ୍ପର୍କିତ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି ସତ୍ୟପାଲ ମଲିକ । ୨୦୧୮ ସେପ୍ଟେମ୍ବରରେ ସତ୍ୟପାଲ ମଲିକ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବାବେଳେ ରାଜ୍ୟର ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଏକ ମେଡିକାଲ ବୀମା ଯୋଜନା କାର୍ୟ୍ୟକାରୀ ହୋଇଥିଲା। ସେହି ସ୍କିମ୍‌ରେ ୩.୫ ଲକ୍ଷ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା। ତେବେ ସତ୍ୟପାଲ ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରିଲାଏନ୍ସ ଜେନେରାଲ ଇନ୍‌ସ୍ୟୁରାନ୍ସ ସହ ହୋଇଥିବା କଣ୍ଟ୍ରାକ୍ଟକୁ ମାସକ ଭିତରେ ରଦ୍ଦ କରିଦେଇଥିଲେ।

ସେତେବେଳେ ସେ କହିଥିଲେ, ମେଡିକାଲ ବୀମା ଯୋଜନାରେ ଜାଲିଆତି ହୋଇଥିବା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ମଚାରୀମାନେ ଏହି କଣ୍ଟ୍ରାକ୍ଟ ରଦ୍ଦ ହେଉ ବୋଲି ଚାହୁଁଛନ୍ତି। ଭୁଲ୍‌ରେ ଦିଆଯାଇଥିବା ଠିକାକୁ ରଦ୍ଦ କରିଦେଇଥିବା ସତ୍ୟପାଲ କହିଥିଲେ। ସତ୍ୟପାଲଙ୍କ ଅଭିଯୋଗକ୍ରମେ ସିବିଆଇ ଗତବର୍ଷ ଏପ୍ରିଲରେ ୨ଟି ଏଫ୍‌ଆଇଆର୍‌ ରୁଜୁ କରିଥିଲା। ରିଲାଏନ୍ସ ଜେନେରାଲ ଇନ୍‌ସ୍ୟୁରାନ୍ସ ଏବଂ ଟ୍ରିନିଟି ରିଇନ୍‌ସ୍ୟୁରାନ୍ସ ବ୍ରୋକର୍ସ ପକ୍ଷରୁ ଆର୍ଥିକ ଅନିୟମିତତା ହୋଇଥିବାରୁ ସିବିଆଇ ଏଫ୍‌ଆଇଆର୍‌ରେ ଦୁଇ ସଂସ୍ଥାକୁ ଅଭିଯୁକ୍ତ ରୂପେ ଉଲ୍ଲେଖ କରିଛି। ବୀମା ଅନିୟମିତତା ଏବଂ କିରୁ ଜଳବିଦ୍ୟୁତ୍‌ ପ୍ରକଳ୍ପରେ ହୋଇଥିବା ୨,୨୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଅଧିକ ତଥ୍ୟ ହାସଲ ଲାଗି ଗତ ସେପ୍ଟେମ୍ବରରେ ସିବିଆଇ ପକ୍ଷରୁ ସତ୍ୟପାଲଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ ଏହି ମାମଲାରେ ଏବେ ସିବିଆଇ ସତ୍ୟପାଲଙ୍କୁ ନୋଟିସ ଜାରି କରିଛି । ଏପ୍ରିଲ ୨୮ରେ ହାଜର ହେବାକୁ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି