Before Header

ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ ସମ୍ମାନ

0 523

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’। ବରିଷ୍ଠ ରାଜନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଆଡଭାନୀଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ମୁଁ ତାଙ୍କ ସହ କଥା ହୋଇ ଏହି ସମ୍ମାନ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛି ।

ଆଡଭାନୀ ଜୀ ଆମ ସମୟର ଅନ୍ୟତମ ସମ୍ମାନିତ ରାଜନେତା ଏବଂ ଭାରତର ବିକାଶରେ ତାଙ୍କର ଅବଦାନ ଅବିସ୍ମରଣୀୟ। ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଲାଲକୃଷ୍ଣ ଆଡଭାନୀ ତୃଣମୂଳ ସ୍ତରରେ କାମ କରି ଦେଶର ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଗୃହମନ୍ତ୍ରୀ ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଭାବରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଲାଲ କୃଷ୍ଣ ଆଡଭାନୀ ୩ ଥର ବିଜେପିର ଜାତୀୟ ସଭାପତି ହୋଇଛନ୍ତି। ସେ ଅଟଳ ବିହାରୀ ବାଜପେୟୀ ସରକାରରେ ଦେଶର ଗୃହମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ।

ଲାଲ କୃଷ୍ଣ ଆଡଭାନୀ ଭାରତୀୟ ଜନତା ଦଳର ଜଣେ ଶକ୍ତିଶାଳୀ ନେତା। ୯୬ ବର୍ଷୀୟ ଆଡଭାନୀ ୧୯୨୭ ମସିହାରେ ପାକିସ୍ତାନର କରାଚିରେ ଜନ୍ମଗ୍ରହଣ କରିଥିଲେ। ୧୯୪୨ ମସିହାରେ, ସେ ରାଷ୍ଟ୍ରିୟ ସ୍ ବଜ୍ଞ ସ୍ୱୟଂ ସେବକ ସଂଗଠନରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ସହଯୋଗ କରିଥିଲେ। ୧୯୪୭ ମସିହାରେ ଦେଶର ସ୍ୱାଧୀନତା ଓ ଭାରତ-ପାକିସ୍ଥାନ ବିଭାଜନ ପରେ ସେ ପରିବାର ସହ ସିନ୍ଧରୁ ଦିଲ୍ଲୀ ଆସିଥିଲେ। ଏଠାରେ ସେ ପ୍ରଥମେ ଜନ ସଂଗଠନରେ ଯୋଗ ଦେଇଥିଲେ ଏବଂ ପରେ ଜରୁରୀକାଳୀନ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ହୋଇଥିଲେ। ୧୯୮୮ରେ ସେ ପ୍ରଥମ ଥର ପାଇଁ ଭାରତର ଗୃହମନ୍ତ୍ରୀ ହୋଇଥିଲେ। ଜୁନ୍ ୨୦୦୨ରୁ ମେ ୨୦୦୪ ପର୍ୟ୍ୟନ୍ତ ଅଟଳ ବିହାର ବାଜପେୟୀ ସରକାର ସମୟରେ ସେ ଦେଶର ଉପପ୍ରଧାନମନ୍ତ୍ରୀ ଥିଲେ।

Leave A Reply

Your email address will not be published.