ଜେଲ ଗଲେ ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ

କଟକ(ବଡ଼ ଖବର ବ୍ୟୁରୋ):  ଜେଲ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ । ସ୍ୱତନ୍ତ୍ର ଚିଟଫଣ୍ଡ ମାମଲାରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଆଉ ଏହା ପରେ ତାଙ୍କୁ ଚୈାଦ୍ୱାର ଜେଲ୍ରେ ପଠାଇ ଦିଆଯାଇଛି । ଗତକାଲି ଚିଟଫଣ୍ଡ ମାମଲାରେ ତାଙ୍କୁ ବିଶାଖାପାଟଣାରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

ସୂଚନା ଅନୁଯାୟୀ ପଶ୍ଚିମ ଜୋନ୍ରେ ପୂର୍ବତନ ବିଧାୟକ ଏମଭି ପ୍ରସାଦ ୱାଲଫେୟାର ଗୃପ ଅଫ୍ କମ୍ପାନୀ ଖୋଲିଥିଲେ । ଏହି କମ୍ପାନୀର ଶାଖା ସେ ବିଭିନ୍ନ ଅଞ୍ଚଳରେ ଖୋଲିଥିଲେ । ଆନ୍ଧ୍ର,ଓଡିଶା,ଛତିଶଗଡ,ପ୍ରମୁଖ ରାଜ୍ୟରେ ଶାଖା ଖୋଲି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ୧୨୦୦କୋଟିରୁ ଅଧିକ ଟଙ୍କା ଆଦାୟ କରି ଆଉ ଫେରାଇ ନଥିଲେ । ଏ ନେଇ ଠକାମିର ଶିକାର ହୋଇଥିବା ସମୀର କୁମାର ସାହୁ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗକୁ ଭିତ୍ତି କରି ଇଓଡବ୍ଲ୍ୟୁ ମାମଲା ରୁଜ୍ଜୁ କରି ବିଶାଖାପାଟଣା ସ୍ଥିତ ଘରେ ଚଢାଉ କରିଥିଲା । ତାଙ୍କ ଘରୁ ନଗଦ ୪୫ ଲକ୍ଷ ଟଙ୍କା ଜବତ କରିଥିଲା । ଏହା ପରେ ତାଙ୍କୁ କଟକ ଅଣାଯାଇ ଚିଟଫଣ୍ଡ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ପରେ ଏମ.ଭି ପ୍ରସାଦଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି । ତେବେ ସୋମବାର ଜାମିନ ଆବେଦନ ପାଇଁ ଶୁଣାଣି ହେବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ