ଶ୍ରୀମେଟାଲିକ୍ସ ଏବଂ ଆଶାର ଦ୍ଵାର ଫାଉଣ୍ଡେସନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଡ଼ବିଲ(ବଡ଼ ଖବର ବ୍ୟୁରୋ): ଶ୍ରୀମେଟାଲିକ୍ସ ଓ ଆଶାର ଦ୍ଵାର ଫାଉଣ୍ଡେସନ ତରଫରୁ କେନ୍ଦୁଝର ଜିଲ୍ଲା ଲୋଇଡ଼ାପଦା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଧବାର ଶ୍ରୀମେଟାଳିକ୍ସ କ୍ୟାମ୍ପସରେ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଶ୍ରୀମେଟାଳିକ୍ସ ସହଭାଗିତାରେ ଆୟୋଜିତ ଏହି ଶିବିରରେ ଗୁଆଲି ଓ ଲୋଇଡ଼ାପଦା ପଞ୍ଚାୟତର  ୪ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ।

ଭୂମିକା ଆଇ ହସ୍ପିଟାଲର ଦୁଇ ଜଣ ଡାକ୍ତର, ୧୦ ଜଣ ଟେକନିସିଆନଙ୍କ ସମେତ ୨୭ ଜଣ କର୍ମଚାରୀ ସେବା ଯୋଗାଇ ଦେଇଥିଲେ । ଚକ୍ଷୁ ପରୀକ୍ଷା ପରେ ରୋଗୀଙ୍କୁ ମାଗଣାରେ ଔଷଧ ଏବଂ ଚଷମା ମଧ୍ୟ ଯୋଗାଇ ଦିଆଯାଇଥିଲା । ଯେଉଁ ମାନଙ୍କୁ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ସେମାନଙ୍କୁ କମ୍ପାନୀ ପକ୍ଷରୁ ପରେ କେନ୍ଦୁଝର ସ୍ଥିତ ଭୂମିକା ଆଇ ହସ୍ପିଟାଲରେ ନିଆଯାଇ ସମ୍ପୂର୍ଣ ମାଗଣାରେ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯିବ ବୋଲି କମ୍ପାନୀ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଅବସରରେ ଦ୍ରୌପଦିଦେବୀ ୱେଲଫେୟାର ସଂସ୍ଥା ପକ୍ଷରୁ ମାଗଣାରେ ସାନିଟାରୀ ପ୍ୟାଡ୍ (ସାଞ୍ଚି) ବଣ୍ଟନ କରାଯାଇଥିଲା । ସଂସ୍ଥାର କର୍ମ କର୍ତ୍ତାମାନେ, ଶିବିରକୁ ଆସିଥିବା ଗ୍ରାମବାସୀ ମାନଙ୍କୁ ସଚେତନ କରାଇବା ସହ ସାନିଟାରୀ ପ୍ୟାଡ୍ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’