Masthead

ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆଜି ରାଜଭବନ ସ୍ଥିତ ପେଟ୍ରୋଲ ପମ୍ପର ସିଏନଜି ଷ୍ଟେସନରେ ଘଟିଛି ଏକ ଭୟାଭୟ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଆହତ ଲୋକମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଆହତମାନଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଏଜି ଛକରୁ ରାଜଭବନ ଛକ, ରାଜଭବନରୁ ଗୋପବନ୍ଧୁ ଛକ ଏବଂ ପାୱାରହାଉସ ଛକରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ କରିଛି ପୋଲିସ । ଏହାସହିତ ଆଖପାଖ ଅଞ୍ଚଳରେ ଲୋକମାନେ ସନ୍ଧ୍ୟା ସୁଦ୍ଧା ଘରୁ ନ  ବାହାରିବାକୁ ସତର୍କ ସୂଚନା ଦିଆଯାଇଛି । ଘଟିଥିବା ଭୟାଭୟ ଅଗ୍ନିକାଣ୍ଡରେ ପେଟ୍ରୋଲ ପମ୍ପ ସମେତ ଆଖପାଖ ଅଞ୍ଚଳର ଘର ମଧ୍ୟ ଛିନଛତ୍ର ହୋଇଯାଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ୯ଜଣ ଆହତ ଭର୍ତ୍ତୀ ହୋଇଥିବା ସୂଚନା ଦେଇଛନ୍ତି କ୍ୟପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଏହାସହିତ ଦୁଇଜଣ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଫୋରେନସିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ମିଳିଥିବା ସୁଚନା ଅନୁଯାୟୀ, ଘଟଣା ସ୍ଥଳରେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି ବୋଲି କମିଶନର ସୂଚନା ଦେଇଛନ୍ତି । ଏଯାବତ କୌଣସି ଲୋକ ମୃତାହାତ ହୋଇନଥିବା ସୂଚନା ଦେଇଛନ୍ତି ଡିସିପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ