Masthead

କରୋନା ସ୍ଥିତିରେ ବଢୁଛି ଶିଶୁ ଅସଦାଚରଣ

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): ବେକାବୁ ହେବାରେ ଲାଗିଛି କରୋନାର ସ୍ଥିତି । ସଂକ୍ରମଣରେ ହାରୁଛନ୍ତି ଅନେକ ଜୀବନ । ଏହି ସଂକେରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ସପ୍ତାହନ୍ତ ଶଟଡାଉନ ଲାଗୁ କରାଯାଇଛି । କିନ୍ତୁ ଏପରି ପରିସ୍ଥିତିରେ ବି ଥମୁନି ଲଜ୍ଜା । କରୋନା ସମୟରେ ବଢ଼ିବାରେ ଲାଗିଛି ଶିଶୁ ଅସଦାଚରଣ। କରୋନା ପାଇଁ ଦୀର୍ଘ ଏକ ବର୍ଷଧରି ରାଜ୍ୟର ସବୁ ବିଦ୍ୟାଳୟ ବନ୍ଦ ରହିଥିବାରୁ ଶିଶୁମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ମାତ୍ର ୨୦୨୦ ଜାନୁଆରୀ ମାସଠାରୁ ଏପର୍ଯ୍ୟନ୍ତ ମୋଟ ୧୫୩ଟି ଶିଶୁ ଅସଦାଚରଣର ଶିକାର ହୋଇସାରିଲେଣି । ସଂକ୍ରମଣ ପାଇଁ ଶିଶୁ ଘରେ ରହିଲେ ସୁଧା ସୁରକ୍ଷିତ ନାହାନ୍ତି ।

ଘରେ ରହି ମଧ୍ୟ ବିଭିନ୍ନ ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି ଏମାନେ । ସେହିପରି କରୋନା ସମୟରେ ଅସଦାଚରଣ ଓ ବାଲ୍ୟ ବିବାହ ଅଭିଯୋଗ ବଢ଼ିବାରେ ଲାଗିଛି। ଶିଶୁମାନେ ଘର ଭିତରେ ରହି ଯେପରି କରୋନା ସଂକ୍ରମଣ ରୋକିପାରିବେ ସେଥିନେଇ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ସଚେତନ କରାଯାଉଛି। ଏଭଳି ପରିସ୍ଥିତିରେ ମଧ୍ୟ ଅଭିଯୋଗ ଆସିବା ମାତ୍ରେ ଆୟୋଗ ପକ୍ଷରୁ ଦୃଢ଼ କାର୍ୟ୍ୟନୁଷ୍ଠାନ ନିଆଯିବା ସହ ତୁରନ୍ତ ମାମଲା ରୁଜୁ କରାଯାଉଛି ବୋଲି ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି।

୨୦୨୦ ମସିହାରେ ୨୮୩ଟି ଅଭିଯୋଗ ଆୟୋଗରେ ପଞ୍ଜିକୃତ ହୋଇଥିଲା। ସେଥିରୁ ୯୯ଜଣ ଶିଶୁ ଅସଦାଚରଣ ଭଳି ସମସ୍ୟାର ଶିକାର ହୋଇଛନ୍ତି। ସେହିପରି ୨୦୨୧ ମସିହାର ଜାନୁଆରୀ ମାସଠାରୁ ଏପ୍ରିଲ ୨୩ ତାରିଖ ପର୍ୟ୍ୟନ୍ତ ୧୩୭ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ସେଥିରୁ ୫୪ଟି କେବଳ ଶିଶୁ ଅସଦାଚରଣ ଜନିତ ସମସ୍ୟା ରହିଥିବା ଜଣାପଡିଛି। ଏଭଳି ସମସ୍ୟାକୁ ରୋକିବା ପାଇଁ ଅଭିଭାବକମାନେ ଶିଶୁଙ୍କୁ ସଚେତନ କରିବା ସହିତ ଆୟୋଗ ପକ୍ଷରୁ ଦିଆଯାଇଥିବା ସହାୟତା ନମ୍ବର ଜରିଆରେ ଅଭିଯୋଗ କରିବାକୁ ଆୟୋଗର ଅଧ୍ୟକ୍ଷା ପରାମର୍ଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ