କରୋନା ସ୍ଥିତିରେ ବଢୁଛି ଶିଶୁ ଅସଦାଚରଣ

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): ବେକାବୁ ହେବାରେ ଲାଗିଛି କରୋନାର ସ୍ଥିତି । ସଂକ୍ରମଣରେ ହାରୁଛନ୍ତି ଅନେକ ଜୀବନ । ଏହି ସଂକେରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ସପ୍ତାହନ୍ତ ଶଟଡାଉନ ଲାଗୁ କରାଯାଇଛି । କିନ୍ତୁ ଏପରି ପରିସ୍ଥିତିରେ ବି ଥମୁନି ଲଜ୍ଜା । କରୋନା ସମୟରେ ବଢ଼ିବାରେ ଲାଗିଛି ଶିଶୁ ଅସଦାଚରଣ। କରୋନା ପାଇଁ ଦୀର୍ଘ ଏକ ବର୍ଷଧରି ରାଜ୍ୟର ସବୁ ବିଦ୍ୟାଳୟ ବନ୍ଦ ରହିଥିବାରୁ ଶିଶୁମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ମାତ୍ର ୨୦୨୦ ଜାନୁଆରୀ ମାସଠାରୁ ଏପର୍ଯ୍ୟନ୍ତ ମୋଟ ୧୫୩ଟି ଶିଶୁ ଅସଦାଚରଣର ଶିକାର ହୋଇସାରିଲେଣି । ସଂକ୍ରମଣ ପାଇଁ ଶିଶୁ ଘରେ ରହିଲେ ସୁଧା ସୁରକ୍ଷିତ ନାହାନ୍ତି ।

ଘରେ ରହି ମଧ୍ୟ ବିଭିନ୍ନ ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି ଏମାନେ । ସେହିପରି କରୋନା ସମୟରେ ଅସଦାଚରଣ ଓ ବାଲ୍ୟ ବିବାହ ଅଭିଯୋଗ ବଢ଼ିବାରେ ଲାଗିଛି। ଶିଶୁମାନେ ଘର ଭିତରେ ରହି ଯେପରି କରୋନା ସଂକ୍ରମଣ ରୋକିପାରିବେ ସେଥିନେଇ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ସଚେତନ କରାଯାଉଛି। ଏଭଳି ପରିସ୍ଥିତିରେ ମଧ୍ୟ ଅଭିଯୋଗ ଆସିବା ମାତ୍ରେ ଆୟୋଗ ପକ୍ଷରୁ ଦୃଢ଼ କାର୍ୟ୍ୟନୁଷ୍ଠାନ ନିଆଯିବା ସହ ତୁରନ୍ତ ମାମଲା ରୁଜୁ କରାଯାଉଛି ବୋଲି ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି।

୨୦୨୦ ମସିହାରେ ୨୮୩ଟି ଅଭିଯୋଗ ଆୟୋଗରେ ପଞ୍ଜିକୃତ ହୋଇଥିଲା। ସେଥିରୁ ୯୯ଜଣ ଶିଶୁ ଅସଦାଚରଣ ଭଳି ସମସ୍ୟାର ଶିକାର ହୋଇଛନ୍ତି। ସେହିପରି ୨୦୨୧ ମସିହାର ଜାନୁଆରୀ ମାସଠାରୁ ଏପ୍ରିଲ ୨୩ ତାରିଖ ପର୍ୟ୍ୟନ୍ତ ୧୩୭ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ସେଥିରୁ ୫୪ଟି କେବଳ ଶିଶୁ ଅସଦାଚରଣ ଜନିତ ସମସ୍ୟା ରହିଥିବା ଜଣାପଡିଛି। ଏଭଳି ସମସ୍ୟାକୁ ରୋକିବା ପାଇଁ ଅଭିଭାବକମାନେ ଶିଶୁଙ୍କୁ ସଚେତନ କରିବା ସହିତ ଆୟୋଗ ପକ୍ଷରୁ ଦିଆଯାଇଥିବା ସହାୟତା ନମ୍ବର ଜରିଆରେ ଅଭିଯୋଗ କରିବାକୁ ଆୟୋଗର ଅଧ୍ୟକ୍ଷା ପରାମର୍ଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ