Masthead

୨୬ରେ ପୂର୍ଣ୍ଣିମା-ଚନ୍ଦ୍ରଗ୍ରହଣ-ବାତ୍ୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାତ୍ୟା ‘ୟାଶ୍’ ଅତି ଭୟଙ୍କର ରୂପ ନେବ । ୨୬ରେ ଲ୍ୟାଣ୍ଡଫଲ କରିବ । ପାରାଦୀପ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛଇଁବ ବାତ୍ୟା ‘ୟାଶ୍’ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସେହି ୨୬ରେ ପୂର୍ଣ୍ଣମୀ ପଡୁଛି । ମାନେ ସମୁଦ୍ର ବେଶୀ ଅଶାନ୍ତ ରହିବାର ଆଶଙ୍କା ରହିଛି । ଏହା ସହ ସେହିଦନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯଉଛି । ଯେଉଁ ଦିନ ଆକାଶରେ ଦେଖାଦେବ ଏକକାଳୀନ ସୁପରମୁନ । ଏହା ୨୦୨୧ ମସିହାର ଶେଷ ସୁପରମୁନ୍ ହେବାକୁ ଯାଉଛି ।

ସାଧାରଣ ଚନ୍ଦ୍ରଠାରୁ ଏହା ପ୍ରାୟ ୭ ପ୍ରତିଶତ ବଡ଼ ଓ ୧୫ ପ୍ରତିଶତ ଉଜ୍ଜଳ ଦେଖାଯିବ । ଚନ୍ଦ୍ର ୨୬ ତାରିଖରେ ପୃଥିବୀର ଛାୟାରେ ଅପରାହ୍ନ ୩ଟା ୧୪ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୬ଟା ୨୨ରେ ସଂପୂର୍ଣ୍ଣ ବାହାରିବ । ଗତ ଏପ୍ରିଲ ୨୬ରେ ଦେଖାଦେଇଥିଲା ୨୦୨୧ ମସିହାର ପ୍ରଥମ ସୁପରମୁନ୍ । ଗୋଟଏ ପଟେ ବାତ୍ୟା, ସେହି ଦିନ ପୂର୍ଣ୍ଣମୀ ଓ ସେହିଦିନ ଚନ୍ଦ୍ରଗ୍ରହଣର ସାମ୍ନା କରିବେ ଉପକୂଳ ଓଡ଼ିଶାର ଲୋକେ । ତେବେ ବାତ୍ୟାକୁ ନେଇ ଆତଙ୍କିତ ନ ହେବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ତଳିଆ ଅଞ୍ଚଳର ଲୋକେ ପ୍ରଶାସନ ସହ ଯୋଗାଯୋଗ କରି କୋଭିଡ କଟକଣାର ସହ ସୁରକ୍ଷିତ ଜାଗାକୁ ଯିବାକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା