Masthead

ସିଲାବସ ପରିବର୍ତ୍ତନକୁ ନେଇ ନୀତିଶଙ୍କ ଅସନ୍ତୋଷ

ପାଟନା(ବଡ଼ ଖବର ବ୍ୟୁରୋ):  ବିହାରର ଜୟ ପ୍ରକାଶ ବିଶ୍ୱବିଦ୍ୟାଳୟର ପଲିଟିକାଲ ସାଇନ୍ସର ସିଲାବସରେ ପରିବର୍ତ୍ତନ କରାଯାଇଛି । ଏହାକୁ ନେଇ ପୂର୍ବତନ ବଜେପି ବିଧାୟକ ତଥା ବର୍ତ୍ତମାନର ବିହାର ରାଜ୍ୟପାଳ ଫଗୁ ଚୈାହାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ନୀତିଶ କୁମାର । ନୁଆ ଶିକ୍ଷାବର୍ଷ ଅନୁସାରେ ପିଲାଙ୍କ ପାଇଁ ନୁଆ ସିଲାବସ୍ ଆରମ୍ଭ ହୋଇଛି । ଏହାକୁ କୁଳାଧିପତି ସ୍ୱୀକୃତି ଦେଇଛନ୍ତି ରାଜ୍ୟପାଳ ଫଗୁ ଚୌହାନ । ତେବେ ଏହାକୁ ବିରୋଧ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ କହିଛନ୍ତି ଯେ ଯାହା ନଁରେ କଲେଜ ତାଙ୍କ ସମ୍ପର୍କରେ ପାଠ ପଢା କିପରି ହେବ ନାହିଁ ।

ପରିବର୍ତ୍ତିତ ସିଲାବସରେ ନାୟକ ଜୟ ପ୍ରକାଶ ନାରାୟଣ ଓ ରାମ ମନୋହର ଲୋହିଆଙ୍କ ଜୀବନୀ ବିଷୟବସ୍ତୁକୁ ହଟାଇ ଦିଆଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ଉପରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ରାଜ୍ୟ ଶିକ୍ଷା ମନ୍ତ୍ରୀ ବିଜୟ ଚୌଧୁରୀଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ , ନାତୀଶ କୁମାର ଏହି ଖବର ପାଇବା ମାତ୍ରେ ତୁରନ୍ତ ବିଜୟ ଚୌଧୁରୀଙ୍କୁ ଫୋନ କରିଥିଲେ । ତେବେ ସିଲାବସ୍ରେ ଆବଶ୍ୟକ ଅନୁଯାୟୀ ସଶୋଂଧନ ଜରୁରୀ ବୋଲି ନୀତିଶ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ