ଆଠଗଡ଼ରେ ଲୁଟେରା ଆତଙ୍କ

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ଆଠଗଡ଼ରେ ପୁଣି ମାତିଲେ ଲୁଟେରା । କିଛିଦିନର ବ୍ୟବଧାନ ପରେ ପୁଣି ଆତଙ୍କ ରଚିଛନ୍ତି ଲୁଟେରାଗ୍ୟାଙ୍ଗ । ରାତିରେ ଗାଁରେ ପଶି ୬ଟି ଘରେ କଳାକନା ବୁଲାଇଛନ୍ତି ଲୁଟେରାମାନେ । ଗୁରୁବାର ରାତି ଗୋଟାଏରେ ଆଠଗଡ଼ ନୂଆବନ୍ଧ ଗାଁରେ ପଶିଥିଲେ ଚୋର ।

ଗାଁର ସମସ୍ତେ ଶୋଥିବା ବେଳେ ୬ଟି ଘରେ ପଶି ଲୁଟପାଟ କରିଛନ୍ତି ଲୁଟେରା ମାନେ । ୬ଟି ଘରୁ ସୁନା ଗହଣା, ପ୍ରାୟ ୪୦ହଜାର ଟଙ୍କା ସହ ୫ଟି ମୋବାଇଲ ଓ ଗୋଟିଏ ସ୍କୁଟି ଲୁଟିନେଇଥିଲେ ଲୁଟେରା । ତେବେ ଲୋକ ଉଠିଯିବାରୁ ସମସ୍ତେ ଖସିଯାଇଥିବା ବେଳେ ଜଣକୁ ଗାଁ ଲୋକେ କାବୁ କରିଥିଲେ । ଏନେଇ ଆଠଗଡ଼ ପୋଲିସ ଖବର ପାଇ ଘଟଣସ୍ଥଳରେ ପହଁଚି ଚୋରକୁ ଗିରଫ କରିଥିଲା । ତେବେ ଏଥିରେ କେଉଁ ମାନେ ସମ୍ପୃକ୍ତ ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’