Masthead

ସଫଳ ହେଲା ଗଗନୟାନ ମିଶନର ଟେଷ୍ଟ ଫ୍ଲାଇଟ, ଉତ୍‌କ୍ଷେପଣ ହେଲା TV-D1

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗଗନୟାନ ମିଶନ ‘କ୍ରୁ ମଡ୍ୟୁଲ’ର ହେଲା ପରୀକ୍ଷଣ । ଉତ୍‌କ୍ଷେପଣ ହେଲା ଟେଷ୍ଟ ଭେହିକିଲ୍ ଟିଭି-ଡି୧ । ଶ୍ରୀହରିକୋଟା ସତୀଶ ଧାୱନ୍‌ ସ୍ପେସ୍‌ ସେଣ୍ଟରରୁ ସଫଳ ହୋଇଛି ପରୀକ୍ଷଣ । ସକାଳେ ବୈଷୟିକ କାରଣରୁ ସ୍ଥଗିତ ରହିଥିଲା ଉତ୍‌କ୍ଷେପଣ । ଆଜି ପ୍ରାୟ ୮ଟା ୪୫ ବେଳେ ଲଞ୍ଚିଂର ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଥିଲା ମିଶନ ଗଗନୟାନର ପ୍ରଥମ ଟେଷ୍ଟ୍ ଫ୍ଲାଇଟ୍ । ଉତକ୍ଷେପଣର ମାତ୍ର ୫ ସେକେଣ୍ଡ୍ ପୂର୍ବରୁ ଏହାକୁ ସ୍ଥଗିତ ରଖିଥିଲା ଇସ୍ରୋ।

ଗଗନଯାନର ଟେଷ୍ଟ୍ ଭେହିକିଲ୍ TV-D1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ସକାଳ ୮ଟା ବେଳେ ଉତକ୍ଷେପଣ ହେବାକୁ ଥିଲା। ଖରାପ ପାଗ ଯୋଗୁଁ ଏହା ପ୍ରଥମେ ୮ଟା ୩୦ ଓ ପରେ ୮ଟା ୪୫କୁ ଘୁଞ୍ଚିଥିଲା । ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ ହୋଇ ସାରିଥିଲା । ଏପରିକି କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ପରୀକ୍ଷଣର ୫ ସେକେଣ୍ଡ ପୂର୍ବରୁ ଗଗନଯାନ ମିଶନ ପରୀକ୍ଷଣକୁ ସ୍ଥଗିତ କରାଯାଇଥିଲା । ଗଗନଯାନ ମିଶନର ଅଂଶ ଭାବେ ‘କ୍ରୁ ମଡ୍ୟୁଲ’ର ପରୀକ୍ଷଣ ପୂର୍ବରୁ ତ୍ରୁଟି ଦେଖାଦେଇଥିଲା । ତେବେ ତ୍ରୁଟିକୁ ଚିହ୍ନଟ କରି ଏହାକୁ ସୁଧାରିବା ପରେ ଏବେ ପୁଣିଥରେ କ୍ରୁ ମଡ୍ୟୁଲର ପରୀକ୍ଷଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼