Masthead

ଗିରଫ ଦାବିରେ ଥାନା ଘେରଉ

ପାରାଦୀପ (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି। ୨୪ ବର୍ଷ ହେଲା ଯେଉଁ ପୋଲିସ ଯେ କୌଣସି ଘଟଣାରେ ସଙ୍ଗେ ସଙ୍ଗେ ଆକ୍ସନ ନେଉଥିଲା ଆଜି ସେହି ପୋଲିସ ନିଷ୍କ୍ରିୟ ହୋଇଯାଇଛି। ତେଣୁ ବାଧ୍ୟ ହୋଇ ଥାନା ଘେରାଉ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ପ୍ରକାଶ କରିଛନ୍ତି। ଗତ ୧୪ ତାରିଖରେ ପାରାଦୀପ ପୌରପରିଷଦର ଉପାଧ୍ୟକ୍ଷା ଛବିଲତା ରାଉତ ଓ ତାଙ୍କ ସ୍ୱାମୀ ନଗେନ୍ଦ୍ର ରାଉତଙ୍କ ଉପରେ କିଛି ଅସାମାଜିକ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ।

ଏପରିକି ଯୁବକମାନେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଉକ୍ତ ଯୁବକମାନେ ଖୁଲମଖୁଲା ବୁଲୁ ଥିବାବେଳେ ପୋଲିସ ଏ ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରୁନାହିଁ। ଯାହାକୁ ବିରୋଧ କରିଛି ପାରାଦୀପ ବିଜେଡି କର୍ମୀ ଏକ ବିଶାଳ ରାଲିରେ ପାରାଦୀପ ମାର୍କେଟ ପରିକ୍ରମା କରିବା ସହିତ ଆଦର୍ଶ ଥାନା ଘେରାଉ କରିଥିଲେ। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି।

ତେବେ ବିଜେଡି ଦଳ ପକ୍ଷରୁ କରାଯାଇଥିବା ଏହି ଥାନା ଘେରାଉରେ ପୌରାଧ୍ୟକ୍ଷ ତଥା ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କୁ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ ପ୍ରଶ୍ନ କରିବାରୁ ବର୍ତ୍ତମାନ ବିଜେଡିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି। ଦୁଇଦିନ ମଧ୍ୟରେ ଆମର ୧୫ ଜଣିଆ କମିଟି ବୈଠକ ପରେ ନୂତନ କମିଟି ତିଆରି ହେବ ବୋଲି ସମ୍ବିତ ରାଉତରାୟ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି