ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଟିମ୍ ଇଣ୍ଡିଆର ପୂର୍ବତନ ସଦସ୍ୟ ତଥା ଇଷ୍ଟ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀରଙ୍କର ଆଜି ଜନ୍ମଦିନ। ଆଜିଠାରୁ ସେ ୩୯ ବର୍ଷରେ ପର୍ଦାପଣ କରିଛନ୍ତି। ଗୌତମ ୧୯୮୧ ଅକ୍ଟୋବର ୧୪ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ୧୯୯୯ରେ ସେ ନିଜର ଘରୋଇ କ୍ରିକେଟ ଦିଲ୍ଲୀରେ ଆରମ୍ଭ କରିଥିଲେ । ୨୦୦୩ରେ ଦିନିକିଆ ଅର୍ନ୍ତଜାତୀୟରେ ଡେବ୍ୟୁ କରିଥିଲେ। ସେ ଦିନିକିଆରେ ୧୪୭ଟି ମ୍ୟାଚ ଖେଳି ୧୧ଟି ଶତକ ଓ ୩୪ଟି ଅର୍ଦ୍ଧଶତକ ବଳରେ ୫୨୩୮ ରନ କରିଛନ୍ତି। ୨୦୦୪ରେ ଆନ୍ତର୍ଜାତିକ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଡେବ୍ୟୁ କରିଥିଲେ । ଗମ୍ଭୀର ୫୮ଟି ଟେଷ୍ଟ ଖେଳି ୯ ଶତକ ଓ ୨୨ ଅର୍ଦ୍ଧଶତକ ବଳରେ ୪ ହଜାର ୧୫୪ ରନ କରିଛନ୍ତି । ୨୦୦୭ରେ ଟି-୨୦ରେ ଡେବ୍ୟୁ କରିଥିଲେ ଗମ୍ଭୀର। ୨୦୦୭ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଟି-୨୦ ବିଶ୍ୱକପ ଖେଳି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଫାଇନାଲ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୫୪ ବଲରେ ୭୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଫଳରେ ଭାରତ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣର ଟାଇଟଲ ନିଜ ପାଖରେ ରଖିଥିଲା । ୨୦୧୧ ବିଶ୍ୱକପ ବିଜୟୀ ଦଳରେ ମଧ୍ୟ ସେ ଜଣେ ପ୍ରମୁଖ ସଦସ୍ୟ ଥିଲେ । ବିଶ୍ୱକପ ଫାଇନଲରେ ଶ୍ରୀଲଙ୍କା ବିପକ୍ଷରେ ସେ ୯୭ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳି ଭାରତକୁ ୨୮ ବର୍ଷ ପରେ ବିଶ୍ୱକପ ଭେଟି ଦେଇଥିଲେ। ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ସେ ତାଙ୍କ ଛାପ ଛାଡ଼ିଛନ୍ତି । ଜଣେ ସଫଳତମ ଅଧିନାୟକ ଭାବେ ସେ କୋଲକାତା ନାଇଟ ରାଇଡର୍ସକୁ ୨୦୧୪ ଓ ୨୦୧୬ରେ ଚମ୍ପିଆନ କରାଇଥିଲେ। ସେ ୨୦୧୮ ଡିସେମ୍ବର ୩ରେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଗମ୍ଭୀର ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।
https://twitter.com/ravikishann/status/1316197087655075840?s=20
Many more happy returns of the day dear @GautamGambhir . May you continue to do all that you love with passion and commitment. Wish you a great year ahead. pic.twitter.com/IqKwgYGSo8
— VVS Laxman (@VVSLaxman281) October 14, 2020
କ୍ରିକେଟରୁ ଅବସର ନେବା ପରେ ଗମ୍ଭୀର ରାଜନୀତିକୁ ପ୍ରବେଶ କରିଥିଲେ। ୨୦୧୯ ମାର୍ଚ୍ଚ ୨୨ରେ ବିଧିବଦ୍ଧ ଭାବେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ଇଷ୍ଟ୍ ଦିଲ୍ଲୀ ଲୋକସଭା ଆସନରୁ ବିଜୟୀ ହୋଇ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ଦିଲ୍ଲୀର ପୂର୍ବତନ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂ ଲଭଲୀଙ୍କୁ ୧ଲକ୍ଷ ୭୧ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ୨୦୧୯ ଜୁନ ୧୭ରେ ଗମ୍ଭୀର ଲୋକସଭାରେ ଶପଥ ନେଇଥିଲେ।
.@BJP4India सांसद श्री @GautamGambhir जी को जन्मदिन की हार्दिक बधाई।
ईश्वर से प्रार्थना है कि आप सदैव स्वस्थ रहें व दीर्घायु हों व समाज हित में किए गए कार्यों से आपका जीवन कीर्तिमय बने।
कामना है कि राष्ट्र को नई ऊंचाई पर पहुंचाने हेतु आप यूं ही अपना योगदान देते रहें।@BJP4Delhi pic.twitter.com/LHq6A1ImRL
— Dr Harsh Vardhan (@drharshvardhan) October 14, 2020
ଆଜି ଗମ୍ଭୀରଙ୍କ ଜନ୍ମଦିନ ଅବସରରେ ବହୁ କ୍ରୀଡ଼ାବିତଙ୍କ ସହ ବିଭିନ୍ନ ରାଜନୌତିକ ଦଳର ବ୍ୟକ୍ତି ଓ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।