Before Header

ରାଜଧାନୀରେ ଅଳିଆ ଗଦାରେ ପଡିଛି ଛିଣ୍ଡା ହାତ, ଗୋଡ଼

0 27

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ ପଡିଛି ଛିଣ୍ଡା ହାତ ଗୋଡ । ଅଳିଆ ଗଦାରେ ଏଭଳି ଛିଣ୍ଡା ହାତ ଗୋଡ ପଡିଥିବା ଖବର ସାମ୍ନାକୁ ଆସିଛି । ରାଜଧାନୀର ରାମମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ଏସବୁ ପଡିଛି । ତେବେ ଏ ଛିଣ୍ଡା ହାତ ଗୋଡ କାହାର? ଏହି ଛିଣ୍ଡା ହାତ ଗୋଡ ଅଳିଆ ଗଦାକୁ କେମିତି ଆସିଲା? ଏହାକୁ ନେଇ ଏବେ ପ୍ରଶ୍ନ ।

ଏହି ଛିଣ୍ଡା ହାତ ଗୋଡ ମହିଳା ନା ପୁରୁଷର ସ୍ପଷ୍ଟ ହୋଇନାହିଁ । ରାସ୍ତା ପାଖରେ ଥିବା ଅଳିଆ ଗଦାରୁ ଛିଣ୍ଡା ହାତ ଗୋଡ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ସ୍ଥାନୀୟ ଲୋକଙ୍କ ଖବର ପାଇ କମିଶନରେଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେଠାରେ ପଡିଥିବା ହାତ ଓ ଗୋଡକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସୂଚନା ମିଳିଛି । କିଏ ପକାଇଛି ଏହା ସ୍ପଷ୍ଟ ହୋଇନଥିବା ବେଳେ ପାଖରେ ମେଡିକାଲ ଥିବାରୁ ସେମାନେ ପକାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Leave A Reply

Your email address will not be published.