Masthead

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା । ହଜାର ହଜାର ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଗଣେଶ୍ବର ବେହେରା । ଦୀର୍ଘ ବର୍ଷ ଧରି କଂଗ୍ରେସ ପାଇଁ ସକ୍ରିୟ ଭାବେ କାର୍ଯ୍ୟଭାର ତୁଲାଇଥିଲେ । କଂଗ୍ରେସରୁ ସେ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ କିଛି ଦିନ ହେବ ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ଟିକେଟ ନମିଳିବାରୁ ସେ ଦଳ ଛାଡିଥିବା କହିଥିଲେ ।

ବିଜେଡିରେ ମିଶିବା ପୂର୍ବରୁ ଗଣେଶ୍ୱର ରାଜଧାନୀରେ ନିଜ ଶକ୍ତି ପ୍ରଦର୍ଶନ କରାଇଥିଲେ । ଗଣେଶ୍ୱରଙ୍କ ସହ ଏକାଧିକ ନେତା ଓ କର୍ମୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।ଅନ୍ୟପଟେ ତାଙ୍କର ବିଜେଡିରେ ସାମିଲ ହେବା ଓ ବିଜେଡିରୁ ଟିକେଟ୍ ମିଳିବାକୁ ନେଇ କେନ୍ଦ୍ରାପଡାରେ ଲାଗିରହିଛି ଅସନ୍ତୋଷ । ଗଣେଶ୍ୱର ବେହେରା ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ନେଇ କେନ୍ଦ୍ରାପଡ଼ାର ବିଜୁ ଜନତା ଦଳର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ