Masthead

ବର୍ଷାରେ ପିଲାମାନେ ବିକ୍ଷୋଭ କରୁଛନ୍ତି, ସରକାର ଚୁପ୍ ବସିଛନ୍ତି: ବିଜୟ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଶ୍ନପତ୍ର ଲିକକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । କହିଛନ୍ତି ଓଡ଼ିଶାରେ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ଚାକିରି ଖାଲି ପଡିଛି । କିନ୍ତୁ ପିଲା ମାନଙ୍କରେ ପାଖରେ ଚାକିରିର ବ୍ୟବସ୍ଥା ନାହିଁ । ଏହା ପରେ ପ୍ରଶ୍ନ ପତ୍ର ଲିକ୍, ମେରିଟ ଲିଷ୍ଟରେ ନା ନଥାଇ ମଧ୍ୟ ଟଙ୍କା କାରବାର ଦ୍ୱାରା ଅନେକ ଚାକିରି ହାତେଇ ନେଉଛନ୍ତି । ପରୀକ୍ଷାରେ ଏଭଳି ଅବ୍ୟବସ୍ଥା ଥାଇ ମେରିଟ୍ ଲିଷ୍ଟ ବାହାର କରିବାର ଅର୍ଥ କଣ?

ଷ୍ଟାପ ସିଲେକ୍ସନ ହେଉ ଅବା ପବ୍ଲିକ ସିଲେକ୍ସନ ବୋର୍ଡ ଯେଉଁ ମାନଙ୍କ ଦ୍ୱାରା ଏହି ସବୁ ପରୀକ୍ଷା ଆୟୋଜନ କରାଯାଉଛି ସେମାନଙ୍କୁ ପ୍ରାର୍ଥୀ ଚୟନରେ ଟ୍ରାନ୍ସପରେନ୍ସି ରଖିବା ଆବଶ୍ୟକ । ଏହାକୁ ନେଇ ବର୍ଷାରେ ପିଲାମାନେ ବିକ୍ଷୋଭ କରୁଥିବା ବେଳେ ସରକାର ଏବେ ବି ଚୁପ୍ ବସିଛନ୍ତି । ଏଥିରେ ଯେଉଁ ଅବ୍ୟବସ୍ଥା ହେଉଛି ତାହାକୁ ଠିକ୍ କରିବା ପାଇଁ ମାତ୍ର ୫ ମିନିଟ ଲାଗିବ କିନ୍ତୁ ସରକାର ଏହା ପ୍ରତି ଦୃଷ୍ଟି ନ ଦେବା ଏହା ପ୍ରମାଣିତ କରୁଛି ସରକାରଙ୍କ ଏହା ପ୍ରତି ଆନ୍ତରିକତା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି