Masthead

ଲୁଧିଆନାରେ ଗ୍ୟାସ ଲିକ, ୧୧ ମୃତ

ଲୁଧିଆନା (ବଡ଼ ଖବର ବ୍ୟୁରୋ): ପଞ୍ଜାବର ଲୁଧିଆନାରେ ଗ୍ୟାସ ଲିକ ଯୋଗୁଁ ୧୧ ଜଣଙ୍କ ମୃତୁ୍ୟ ହୋଇଛି । ଆଉ ୧୧ ଜଣ ଗୁରୁତର ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଲୁଧିଆନାର ଜିଆସପୁରା ଅଞ୍ଚଳରେ ଥିବା ଏକ କାରଖାନାରେ ଏହି ଘଟଣା ଘଟିଛି । ଖବର ପାଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଦମକଳ ବାହିନୀ ଆମ୍ବୁଲାନ୍ସ ସହ ପହଞ୍ଚିଛନ୍ତି । ଏନଡ଼ିଆରଏଫର ଏକ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା ।

କେଉଁ ପ୍ରକାର ଗ୍ୟାସ ଲିକ ହୋଇଛି ଜିଲ୍ଲା ପ୍ରଶାସନ ତଦନ୍ତ ଚଳାଇଛି । ମୃତବ୍ୟକ୍ତିଙ୍କ ନିକଟ ସର୍ମ୍ପକୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । କେମିକାଲ ରିଆକ୍ସନ ଯୋଗୁଁ ବିଷାକ୍ତ ଗ୍ୟାସ କାରଖାନା ସାରା ଭରି ଯାଇଥିଲା । କାର୍ଯ୍ୟରତ ଶ୍ରମିକମାନେ ପ୍ରଥମେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ସେମାନଙ୍କ ମଧ୍ୟରୁ୧୧ ଜଣଙ୍କ ମୃତ୍ୟୁ ହୋଇଛି । ରଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ