Before Header

Breaking News

ତାତିରୁ ମିଳିଛି ସାମନ୍ୟ ଆଶ୍ୱସ୍ତି: ୬ ରୁ ପୁଣି ବଢିବ ଖରା: ୪୨ ଡିଗ୍ରୀ ଛୁଇଁବ ପାରଦ: ପାଣିପାଗ ବିଭାଗର ସର୍ତକ ସୂଚନା
ଆଜିଠୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ- ଇଂଲଣ୍ଡ ଚତୁର୍ଥ ତଥା ଶେଷ ଟେଷ୍ଟ: ଆଉ ଏକ ସ୍ପ୍ରିନ୍ ଟ୍ରାକରେ ଇଂଲଣ୍ଡକୁ ଘାଇଲା କରିବାକୁ ରଣନୀତି: ଭାରତୀୟ ସମୟ ସକାଳ ସାଢେ ୯ଟାରୁ ଆରମ୍ଭ ହୋଇଛି ମ୍ୟାଚ
ବିଶ୍ୱରେ ୨୨୧ ଦେଶକୁ ଗ୍ରାସ କରିଛି ମହାମାରୀ କରୋନା: ମୋଟ ମୃତ୍ୟୁସଂଖ୍ୟା ୨୫ ଲକ୍ଷ ୭୦ ହଜାର ୪୪୭କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୫୭ ଲକ୍ଷ ୪୪ ହଜାର ୯୦: ସୁସ୍ଥ ସଂଖ୍ୟା ୯ କୋଟିରୁ ଅଧିକ
ବହୁ ଚର୍ଚ୍ଚିତ ଅଞ୍ଜନା ଗଣ ଦୁଷ୍କର୍ମ ମାମଲା: ଆଜି ଝାରପଡା ଜେଲରୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ: ଘଟଣାସ୍ଥଳକୁ ନେଇ କରାଯାଇପାରେ ସିନ୍ ରିକ୍ରିଏସନ୍

ପଡୋଶୀଙ୍କୁ ୫.୫ ମିଲିୟନ ଡୋଜ ଦେଇଛି ଭାରତ

0 22

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଫଳପ୍ରଦ ହୋଇଛି । ଏଥିପାଇଁ ପଡୋଶୀ ରାଷ୍ଟ୍ର ଗୁଡିକ ମଧ୍ୟ ଟିକା ପାଇଁ ଭାରତ ଉପରେ ନିର୍ଭରଶୀଳ ଅଛନ୍ତି ।  ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ଜାନୁୟାରୀ ୨୦ ଠାରୁ ଭାରତ ୫.୫ ମିଲିୟନରୁ ଅଧିକ ଡୋଜ ପଡୋଶୀ ଦେଶଙ୍କୁ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଏଥିମଧ୍ୟରୁ ଭୁଟାନକୁ ୧.୫ ଲକ୍ଷ, ମାଲଦ୍ୱୀପ, ମରିସସ୍ ଏବଂ ବହାରିନକୁ ଏକ ଲକ୍ଷ, ନେପାଳକୁ ୧୦ ଲକ୍ଷ, ବାଂଲାଦେଶକୁ ୨୦ ଲକ୍ଷ, ମିଆଁମାରକୁ ୧୫ ଲକ୍ଷ, ସେଚେଲ୍ସକୁ ୫୦ ଲକ୍ଷ ଏବଂ ଶ୍ରୀଲଙ୍କାଙ୍କୁ ୫ ଲକ୍ଷ ଡୋଜ ଟିକା ଦିଆଯାଇଛି ।

ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଆସନ୍ତା କିଛିଦିନ ମଧ୍ୟରେ ଆମେ ଓମାନକୁ ଏକ ଲକ୍ଷ ଡୋଜ ଟିକା, କାରିକୋମ ଦେଶ (କାରିବିଆନ ସମ୍ପ୍ରଦାୟ)କୁ ପାଞ୍ଚ ଲକ୍ଷ ଏବଂ ନିକାରାଗୁଆ ଏବଂ ପ୍ରଶାନ୍ତ ମହାସାଗର ପାଇଁ ଦୁଇ ଲକ୍ଷ ଟିକା ପ୍ରଦାନ କରିବାକୁ ଯୋଜନା କରୁଛୁ। ଏଥିସହ ବ୍ରାଜିଲ, ମୋରୋକୋ ଏବଂ ବାଂଲାଦେଶକୁ ବ୍ୟବସାୟିକ ରପ୍ତାନି କରାଯାଇଛି। ଆଗାମୀ ଦିନରେ ସାଉଦି ଆରବ, ଦକ୍ଷିଣ ଆଫ୍ରିକା, କାନାଡା, ମୋଙ୍ଗୋଲିଆ ଏବଂ ଅନ୍ୟାନ୍ୟ ଦେଶକୁ ଯୋଗାଇ ଦିଆଯିବ । ଶ୍ରୀବାସ୍ତବ ଆହୁରି ମଧ୍ୟ କହିଛନ୍ତି ଯେ ଆଫ୍ରିକା ପାଇଁ ଏକ କୋଟି ଡୋଜ୍ ଟିକା ଏବଂ ଜାତିସଂଘର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଡୋଜ ଉପଲବ୍ଧ ହେବ।

 

Leave A Reply

Your email address will not be published.