Masthead

ନାବାଳିକାଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖି ବନ୍ଧା ହେଲେ ଯୁବତୀ

ହରଭଙ୍ଗା, (ବଡ଼ ଖବର ବ୍ୟୁରୋ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା । ଜଣେ ନାବାଳିକାଙ୍କ ସହ ସମଲିଙ୍ଗୀ ସମ୍ପର୍କରେ ରଖି ବନ୍ଧା ହୋଇଛନ୍ତି ଯୁବତୀ । ଘଟଣାକୁ ନେଇ ଅଞ୍ଚଳରେ ଢେର୍ ଚର୍ଚ୍ଚା । ସୂଚନା ଅନୁଯାୟୀ ଯୁବତୀ ଜଣକ ସେହି ଅଞ୍ଚଳର ଜଣେ ନାବାଳିକାଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିଥିଲେ । ଏ ବିଷୟରେ ନାବାଳିକାଙ୍କ ପରିବାର ଲୋକେ ଜାଣିବା ପରେ ଯୁବତୀଙ୍କଠାରୁ ଝିଅକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ । ନାବାଳିକାଙ୍କୁ ନେଇ ତାଙ୍କ ପରିବାର ଲୋକେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଥିବା ତାଙ୍କ ମାଉସୀ ଘରେ ଛାଡ଼ିଦେଇଥିଲେ ।

ତଥାପି ସମ୍ପର୍କ ଏତେ ଗଭୀର ଥିଲା ଯେ କେହି କାହାକୁ ଛାଡ଼ି ରହିପାରି ନ ଥିଲେ । ଗତ ୨୯ ତାରିଖରେ ଯୁବତୀ ଜଣକ ଖଜୁରୀପଡ଼ାରେ ପହଞ୍ଚି ନାବାଳିକାଙ୍କୁ ନେଇ କେଉଁଆଡ଼େ ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ନାବାଳିକାଙ୍କ ବାପା ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳରୁ ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଯୁବତୀଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ଖଜୁରୀପଡ଼ା ଥାନା ଅଧିକାରୀଙ୍କୁ ପଚରା ଯାଇଥିଲେ ମଧ୍ୟ ସେ କିଛି ସୂଚନା ଦେବାକୁ ମନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ