Masthead

ଋଣ ପାଇଁ ମହିଳାଙ୍କୁ ଅତ୍ୟାଚାର

ପଟ୍ଟାମୁଣ୍ଡାଇ(ବଡ଼ ଖବର ବ୍ୟୁରୋ): ବସିଲା କଙ୍ଗାରୁ କୋର୍ଟ । ମାତ୍ର କେଇଟା ଟଙ୍କା ପାଇଁ ମହିଳାଙ୍କୁ ଦିଆଯାଇଛି ଘୃଣ୍ୟ ନିର୍ଯାତନା । ଉଧାର ଟଙ୍କା ଦେଇ ନପାରିବାରୁ କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କଲେ ମହିଳା । ମାତ୍ର କେଇଟା ଟଙ୍କା ପାଇଁ ମହିଳାଙ୍କୁ ଭୋଗିବାକୁ ପଡ଼ିଛି ଘୃଣ୍ୟ ନିର୍ଯାତନା । ଉଧାର ଟଙ୍କା ଦେଇ ନପାରିବାରୁ କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କଲେ ମହିଳା । ଏ କେଉଁ ଦୁର୍ଗମ ପାହାଡିଆ ଆଦିବାସୀ ଅଞ୍ଚଳ ନୁହେଁ ବରଂ ଏ ହେଉଛି କେନ୍ଦ୍ରାପଡା ଜିଲ୍ଲାର ଛାତି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ।

ବେଲତଳ ଗାଁ ର ୧୯ ଜଣ ମହିଳା ଙ୍କ ଠାରୁ ୧୨୦୦ ଟଙ୍କା ଲେଖାଏ ଲୋନ କରିଦେବାକୁକହି ନେଇଥିଲେ । ତେବେ ଟଙ୍କା ନେବା ପରେ ଲୋନ ନହେବାରୁ ମହିଳା ମାନେ ସମୃକ୍ତ ମହିଳ ଙ୍କୁ ଟଙ୍କା ଫେରାଇବାକୁ ଜୁଲମ କରିଥିଲେ ହେଲେ ମହିଳା ଜଣଙ୍କ ଟଙ୍କା ଫେରାଇବାକୁ ସମୟ ମାଗିବା ସହିତ ନିଜର ଅସହାୟତା ପ୍ରକାଶ କରିଥିଲେ କିନ୍ତୁ ଗତ୧୭ ତାରିଖ ଦିନ ଗାଁ ର କିଛି ମହିଳା ଉକ୍ତ ମହିଳା ଙ୍କୁ କୌଶଳ କ୍ରମେ ଡାକି ସର୍ବ ସମ୍ମୁଖରେ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ ତେବେ କେଵଳସେତିକି ନୁହେଁ ମହିଳା ଙ୍କ ଗାଲରେ କଳା ବୋଲିବା ସହିତ ତାଙ୍କୁ ଲଣ୍ଡା କରିବାକୁ ପଛେଇ ନଥିଲେ ଆଉ ସେସବୁର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ କରିଥିଵା ସୂଚନା ମିଳିଛି । ମହିଳାଙ୍କ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିବାରୁ ମହିଳା ଜଣଙ୍କ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ରେ ଚିକିତ୍ସିତ ହେବା ସହିତ ଆଜି ପଟ୍ଟାମୁଣ୍ଡାଇ ଥାନା ର ଦ୍ୱାରସ୍ତ ହୋଇଛନ୍ତି ।

ଅନ୍ୟପଟେ ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀ ଏଭଳି ଘଟଣାକୁ ନିନ୍ଦା କରିବାସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଡ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ମହିଳାଙ୍କ ଏତଲା ପରେ ପୋଲିସ ଘଟଣାକୁ ଗୁରୁତର ସହିତ ନେବା ସହିତ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି । ଏହାସହ ୧୦ ଜଣ ମହିଳାଙ୍କୁ ଉଠାଇ ଆଣିଛି ପଟ୍ଟାମୁଣ୍ଡାଇ ପୋଲିସ । ଅନ୍ୟପଟେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ। ତେବେ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା