Masthead

ଗଡ଼ିବ ବସ୍, କେସିଆରଙ୍କୁ ଧନ୍ୟବାଦ ଦେଲେ ଗିରିଧର

ଭୁବନେଶ୍ୱର(ବଡ଼ ଖବର ବୁ୍ୟରୋ): ଓଡ଼ିଶା ଓ ତେଲେଙ୍ଗାନା ମଧ୍ୟରେ ବସଚଳାଚଳ ପାଇଁ ଦୀର୍ଘଦିନରୁ ଦାବିହୋଇ ଆସୁଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରଧର ଗମାଙ୍ଗ ବିଆରଏସରେ ଯୋଗଦେବାର କିଛିଦିନ ମଧ୍ୟରେ ଦାବି ପୂରଣ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାକୁ ତେଲେଙ୍ଗାର ବିଭିନ୍ନ ଅଞ୍ଚଳ ମଧ୍ୟରେ ବସ ଚଳାଚଳ ପାଇଁ ଉଭୟ ସରକାର ସହମତି ପ୍ରକାଶ କରିଛନ୍ତି । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଓ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ ମଧ୍ୟଷର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଅନୁସାରେ କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାକୁ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳକୁ ବସ ଚଳାଚଳ କରିବ । ଏଭଳି ତ୍ୱରିତ ପଦକ୍ଷେପ ପାଇଁ ଶ୍ରୀଯୁକ୍ତ ଗମାଙ୍ଗ ବିଆରଏସ ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଓଡ଼ିଶାର ଲୋକଙ୍କୁ ଅନୁରୋଧକୁ ଗମ୍ଭୀରତାର ସହ ଗ୍ରହଣ କରିବାର ୧୦ଦିନ ମଧ୍ୟରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି । ଏହା ଦ୍ୱାରା କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଶ୍ରୀ ଗମାଙ୍ଗ କହିଛନ୍ତି । ଏଣିକି ଜେପୋର – ହାଇଦ୍ରାବାଦ, ନବରଙ୍ଗପୁର – ହାଇଦ୍ରାବାଦ ଓ ରାୟଗଡ଼ା – କାମମ୍ ମଧ୍ୟରେ ୧୦ଟି ବସ୍ ଚଳାଚଳ କରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ