Before Header

ଆଜି ଆସିବ ବଜେଟ, ଫୋକସରେ ସ୍ୱାସ୍ଥ୍ୟ, ମହିଳା ଏବଂ କୃଷି

0 32

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ପ୍ରଥମ ବଜେଟ । ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟରେ ବିଶେଷକରି ସ୍ୱାସ୍ଥ୍ୟ, ମହିଳା ଏବଂ କୃଷି କ୍ଷେତ୍ରକ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି । ଗତ ବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ ବଜେଟ୍ ବଢିବ ବୋଲି ଆକଳନ କରାଯାଇଛି । ଗତବର୍ଷ ବଜେଟ ୨ ଲକ୍ଷ କୋଟି ଟଙ୍କା ଥିଲା । ଏଥର ଅଢେଇ ଲକ୍ଷ କୋଟି ଟଙ୍କାର ବଜେଟ୍ ଆସିବ ବୋଲି ଆକଳନ କରାଯାଇଛି ।

ଟିକସ ଭାଗ ବାବଦକୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ଚଳିତ ବର୍ଷ ୧୦ ହଜାର କୋଟି ଟଙ୍କା ଅଧିକ ପାଇବ । କିନ୍ତୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବ ବୋଲି ଆଳକନ କରାଯାଇଛି । କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ କୃଷି କ୍ଷେତ୍ରରେ ବ୍ୟୟବରାଦ ୭ ପ୍ରତିଶତ ହ୍ରାସ କମାଇଛନ୍ତି । ଅନ୍ୟପଟେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କୃଷି ବଜେଟରେ ରାଜ୍ୟ ସରକାର ଅଧିକ ଅର୍ଥ ବ୍ୟୟ ବରାଦ କରିବା ନେଇ ଆଶା କରାଯାଉଛି । ସେହିପରି ଚାଷୀଙ୍କର ଫସଲର ସୁରକ୍ଷା ପାଇଁ କିଛି ନୂଆ ଯୋଜନା ବଜେଟରେ ଆସିପାରେ ।

Leave A Reply

Your email address will not be published.