Masthead

୨୭/୦୯ ନୁହେଁ ୨୬/୧୧

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମୁମ୍ବାଇରେ ଆକ୍ରମଣ ପାଇଁ ପ୍ରଥମେ ସେପ୍ଟମ୍ବର ୨୭ ଧାର୍ଯ୍ୟ ହୋଇଥାଏ । କାହିଁକି ନା ଆଗରୁ ମଧ୍ୟ ଦୀପାବଳି ସମୟରେ ବହୁ ଆକ୍ରମଣ କରାଯାଇଥିଲା । ଏହି ସମୟରେ ଭଲ ସୁଯୋଗ ଥିବାରୁ ସେପ୍ଟମ୍ବର ୨୭ରେ ଆକ୍ରମଣ କରିବାକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସେ ସମୟରେ ଇଣ୍ଡିଆନ ମୁଜାଉଦିନକୁ ନେଇ ସାରା ଦେଶରେ ହାଇ ଆର୍ଲଟ ଜାରି କରାଯାଇଥିଲା । ବହୁ ସ୍ଥାନରେ ରେଡ କରାଯାଇ ବିପୁଳ ଗୋଳା ବାରୁଦ ଜବତ ମଧ୍ୟ କରାଯାଇଥିଲା । ସେଥିପାଇଁ ଲସ୍କର-ଇ-ତୋଇବା ତାରିଖ ଘୁଞ୍ଚାଇଥିଲା ୨୬ ନଭେମ୍ବରକୁ । ଏହି ସମୟ ମଧ୍ୟରେ ୧୦ ଜଣ ଆତଙ୍କବାଦୀଙ୍କୁ କରାଚୀ ଅଣାଯାଇ ସମୁଦ୍ରରେ ପହଁରିବା, ବୋଟ ଚଲାଇବା, ଛୋଟ ଛୋଟ ଜାହାଜ ଚଲାଇବା ଶିଖାଯାଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସବୁ ଟ୍ରେନିଂ ପାକିସ୍ତାନ ଆର୍ମିର ଯବାନମାନେ ଦେଉଥିଲେ । ଏଥି ସହିତ ମୁମ୍ବାଇର ଚାଲିଚଳଣି, ପୋଷାକ, କିପରି କଥା ହେବ, ବିଭିନ୍ନ ସହର ନାମ, ବଲିଉଡ ଅଭିନେତା ଅଭିନେତ୍ରୀଙ୍କ ନାମ ସମ୍ପର୍କରେ ଅବଗତ କରାଯାଇଥିଲା ।

୨୨ ନଭେମ୍ବର ରାତି । ହଠାତ ଚାଚା ଆସି ସମସ୍ତଙ୍କୁ ତୟାର ହେବା ପାଇଁ କହିଥିଲା । । ପରେ ସେମାନଙ୍କୁ ନେଇ କରାଚିର ବନ୍ଦର ଗାଁରେ ସକାଳ ୪ରେ ପହଁଞ୍ଚିଥିଲା । ସେଠାରୁ ଏକ ଛୋଟ ଜାହଜରେ ୧୦ ଜଣଙ୍କୁ ବସେଇ ମୁମ୍ବାଇ ଆକ୍ରମଣ ପାଇଁ ପଠାଇଥିଲା । ସେହି ଜାହଜରେ ୨୫ ନଟିକାଲ ମାଇଲ ଯିବା ପରେ ଏକ ବଡ଼ ଜାହଜ ମିଳିଥିଲା । ଏହା ପରେ ସେମାନେ ସେ ଜାହଜକୁ ସିପ୍ଟ୍ ହୋଇଥିଲେ । ଏହି ଜାହଜରେ ୧ଘଣ୍ଟା ଯିବା ପରେ ଅଲ- ହୁସେନି ନାମକ ଏକ ବଡ଼ ପାକିସ୍ତାନ ଜାହଜକୁ ସିପ୍ଟ କରାଯାଇଥିଲା । ସେହି ଜାହଜରେ ୧୦ ଜଣଙ୍କ ପାଇଁ ସମସ୍ତ ସରଞ୍ଜାମ ରହିଥିଲା । ସେହି ଜାହଜରେ ଯିବା ପରେ ସେମାନେ ଭାରତୀୟ ସାମୁଦ୍ରିକ ସୀମାରେ ପହଞ୍ଚିଥିଲେ । ଭାରତୀୟ ସୀମାରେ ଆଗକୁ ବଢ଼ିବା ପରେ ଏକ ଭାରତୀୟ ଛୋଟ ଜାହଜ ଦେଖାଯାଏ । ଯାହାର ନାମ ଥିଲା ‘କୁବେର’ । ଏହି ଜାହାଜରେ ୫ ଜଣ ଧୀବର ମାଛ ଧରିବା ପାଇଁ ଆସିଥିଲେ । ଯାହାର ନାବିକ ଥିଲା ଅମର ସିଂ ଟଣ୍ଡେଲ । ଅଲ-ହୁସେନି ଜାହାଜ କୁବେର ନିକଟକୁ ଆସିଥିଲା । ରାସ୍ତା ଭୁଲିଯିବା ବାହାନ କରି ପ୍ରଥମେ ୨-୩ ଜଣ ଆତଙ୍କବାଦୀ ସେହି ଜାହାଜକୁ ଆସିଥିଲେ । ସେହି ଜାହାଜରେ ଥିବା ୪ ଜଣ ଧୀବରଙ୍କୁ ଅଲ- ହୁସେନି ଜାହାଜକୁ ନେଇଯାଇଥିଲେ । କେବଳ ଅମର ସିଂକୁ ଛାଡି଼ ଦେଇଥିଲେ । ପରେ ସମସ୍ତ ଆତଙ୍କବାଦୀ କୁବେର ଜାହାଜକୁ ଆସିଥିଲେ । ଭାରତୀୟ ଜାହାଜ ମାଧ୍ୟମରେ ସେମାନେ ଭାରତୀୟ ସୀମାରେ ଆଗକୁ ବଢ଼ିଲେ । ପୋରବନ୍ଦର ଦେଇ ମୁମ୍ବାଇ ସୀମା ଅଭିମୁଖେ ଯାତ୍ରା କଲେ । ଏହି ସମୟରେ ଅମର ସିଂ କାଳେ ପାଟି କରି କୋଷ୍ଟଗାର୍ଡଙ୍କୁ ଡ଼ାକିଦେବ ସେଥିପାଇଁ ଅମର ସିଂକୁ ସେମାନେ ମାରିଦେଲେ ଓ ତା’ର ଶବକୁ ସେହି ଜାହାଜ ମଧ୍ୟରେ ରଖିଥିଲେ । ପରେ ତାଙ୍କୁ ଏକ ସ୍ପିଡ ବୋଟ ମିଳେ । ସ୍ପିଡ ବୋଟ ମାଧ୍ୟମରେ ସେମାନେ ମୁମ୍ବାଇର କୋଲବ ନିକଟରେ ଥିବା ଏକ ମାଛ ବଜାରରେ ଓହ୍ଲାଇଥିଲେ । କରାଚିରୁ ମୁମ୍ବାଇ ଯାତ୍ରା ସମୟରେ ଆତଙ୍କବାଦୀ ଓ ପାକିସ୍ତାନରେ ଥିବା ଚାଚା ମଧ୍ୟରେ ସିଧାସଳଖ ବର୍ତ୍ତାଳପ ଚାଲିଥିଲା । ସବୁ କଥାବାର୍ତ୍ତା କୋର୍ଡ ୱାର୍ଡ ମାଧ୍ୟମରେ ହୋଇଥାଏ । ଯେପରି କି ‘ଅଭି ମଚ୍ଛଲୀ ଲଗ ରହାହେ’ ଅର୍ଥାତ ବର୍ତ୍ତମାନ ସ୍ଥିତି ଠିକ ଅଛି । ‘ ଭାଇଲୋକ ଆରହେ’ ଅର୍ଥାତ ଭାରତୀୟ ନୌସେନା ଆସୁଛି । ‘ୟାରା ସେ ବଛକେ ରେହେନା’ ଅର୍ଥାତ ଭାରତୀୟ ନୌସେନା ଠାରୁ ଦୂରେଇ ରୁହ । ଏହି ପରି ସେମାନେ କଥା ହେଉଥିଲେ ।

୨୬ ନଭେମ୍ବର ରାତି ୯ରେ ଏହି ୧୦ ଆତଙ୍କବାଦୀ ମୁମ୍ବାଇର କୋଲାବ ନିକଟରେ ଥିବା ଏକ ମାଛ ବଜାରରେ ଓହ୍ଲାଇଥିଲେ । ସେଠାରୁ ୨-୨ ଟିମରେ ବିଭକ୍ତ ହୋଇ ଯୋଜନା ଅନୁସାରେ ଆକ୍ରମଣ କରିବାକୁ ଯାଇଥିଲେ । ପ୍ରଥମେ ଲିଓପୋଲ୍ଡ କ୍ୟାଫେରେ ଆତଙ୍କବାଦୀମାନେ ପହଞ୍ଚି ଆଖିବୁଜା ଗୁଳି ଚାଳନା କରିଥିଲେ । ଏହା ପରେ ନିକଟରେ ଥିବା ନରିମନ ହାଉସରେ ପ୍ରବେଶ କରି ଆରମ୍ଭ କରିଥିଲେ ମୃତ୍ୟୁର ତାଣ୍ଡବ । ଏହା ଭିତରେ କଶାବ ଓ ଇସମାଇଲ ଖାନ ଛତ୍ରପତି ଶିବାଜୀ ଟରମିନାଲରେ ଆରମ୍ଭ କରନ୍ତି ଗୁଳିବର୍ଷା । କେହି କିଛି ବୁଝିବା ଆଗରୁ ଚାଲିଯାଏ ୫୮ ନୀରିହ ଜୀବନ । ଏ ଭିତରେ ହୋଟେଲ ତାଜକୁ ମଧ୍ୟ ଆତଙ୍କବାଦୀମାନେ ନିଜ ଦଖଲକୁ ନେଇ ସାରିଥିଲେ । ମୁମ୍ବାଇର ୮ଟି ସ୍ଥାନରେ ଆତଙ୍କବାଦୀ ରଚିଥିଲେ ଦମନଲୀଳା । ମୁମ୍ବାଇ ପୋଲିସ କିଛି ବୁଝିବା ଆଗରୁ ଚାଲିଯାଇଥିଲା ୧୬୮ ଜୀବନ । ୨୮ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥାଏ । ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବହୁ ସାଧାରଣ ଲୋକଙ୍କ ସହ ପୋଲିସ ବି ସହିଦ ହୋଇଥିଲେ । ଦୀର୍ଘ ୫୯ ଘଣ୍ଟାର ଅପେରସନ ପରେ ମୁମ୍ବାଇରେ ଥିବା ସମସ୍ତ ଆକ୍ରମଣଙ୍କୁ ମାରିଥିଲେ ଏନଏସଜି କମାଣ୍ଡ । କେବଳ କଶାବକୁ କାବୁ କରିଥିଲା ମୁମ୍ବାଇ ପୋଲିସ । ଶେଷରେ ୨୮ ନଭେମ୍ବର ରାତି ୮.୩୦ରେ ମୁମ୍ବାଇକୁ ସୁରକ୍ଷିତ ଘୋଷଣା କରିଥିଲା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍