Masthead

ଜଳୁଛି ମଣିପୁର, ସୁରକ୍ଷାକର୍ମୀ-ଦଙ୍ଗାକାରୀଙ୍କ ମଧ୍ୟରେ ଚାଲିଛି ସଙ୍ଘର୍ଷ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ହିଂସାରେ ଜଳୁଛି ମଣିପୁର । ହିଂସା ଥମିବାର ନାଁ ନେଉନାହିଁ । କିଛି ଦିନ ତଳେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟ ହୋଇଥିଲା । ଗୁରୁବାର ରାତିରେ ଇମ୍ଫାଲରେ କେନ୍ଦ୍ରମନ୍ତ୍ରୀଙ୍କ ଘରେ ସଂଘବଦ୍ଧ ଆକ୍ରମଣ ଏବଂ ପେଟ୍ରୋଲ ବୋମାମାଡ଼ କରି ଘର ଜାଳି ଦେଇଥିଲେ । ଦୁଇ ଦିନ ମଧ୍ୟରେ ଦଙ୍ଗାକାରୀମାନେ ୨ ଶହରୁ ଅଧିକ ଘର ଜାଳିଦେଇଛନ୍ତି। ଏବେ ବି ବିଭିନ୍ନ ସ୍ଥାନରେ ହିଂସା ଓ ପୋଡ଼ାଜଳା ଜାରି ରଖିଛନ୍ତି ଦଙ୍ଗାକାରୀ। ଗତରାତିରେ ବିଷ୍ଣୁପୁର ଜିଲ୍ଲାର କ୍ବାକଟା ଏବଂ ଚୁରାଚାନ୍ଦପୁର ଜିଲ୍ଲାର କାଙ୍ଗଭଇରେ ଗୁଳିକାଣ୍ଡ ହୋଇଛି।

ଇମ୍ଫାଲ ପଶ୍ଚିମର ଇରିଙ୍ଗବାମ ଥାନାରେ ଅସ୍ତ୍ର ଲୁଟ୍ ପାଇଁ ଉଦ୍ୟମ ହୋଇଛି। ସେନା, ଆସାମ ରାଇଫଲ୍ସ ଏବଂ ମଣିପୁର ରାପିଡ ଆକ୍ସନ ଫୋର୍ସ (ଆରଏଏଫ୍) ଦ୍ବାରା ଗତକାଲି ମଧ୍ୟରାତ୍ରି ପର୍ୟ୍ୟନ୍ତ ମିଳିତ ଅପରେସନ୍ ଜାରି ରହିଥିଲା। ପ୍ରାୟ ୧ ହଜାରରୁ ଅଧିକ ଲୋକ ପ୍ୟାଲେସ କମ୍ପାଉଣ୍ଡ୍ ସ୍ଥିତ କୋଠାଗୁଡ଼ିକୁ ଜାଳି ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ମିଳିତ ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ୍ ମାଡ଼ କରି ସେମାନଙ୍କୁ ଘଉଡ଼ାଇଥିଲା। ବିଧାୟକ ବିଶ୍ବଜିତଙ୍କ ଘର ନିକଟରେ ଦଙ୍ଗାକାରୀ ରୁଣ୍ଡ ହୋଇଥିଲେ ଏବଂ ସେମାନେ ବିଧାୟକଙ୍କ ଘର ଜାଳି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆରଏଏଫର ତ୍ବରିତ କାର୍ୟ୍ୟାନୁଷ୍ଠାନ ଯୋଗୁଁ ଦଙ୍ଗାକାରୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ