ଜଳୁଛି ମଣିପୁର, ସୁରକ୍ଷାକର୍ମୀ-ଦଙ୍ଗାକାରୀଙ୍କ ମଧ୍ୟରେ ଚାଲିଛି ସଙ୍ଘର୍ଷ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ହିଂସାରେ ଜଳୁଛି ମଣିପୁର । ହିଂସା ଥମିବାର ନାଁ ନେଉନାହିଁ । କିଛି ଦିନ ତଳେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟ ହୋଇଥିଲା । ଗୁରୁବାର ରାତିରେ ଇମ୍ଫାଲରେ କେନ୍ଦ୍ରମନ୍ତ୍ରୀଙ୍କ ଘରେ ସଂଘବଦ୍ଧ ଆକ୍ରମଣ ଏବଂ ପେଟ୍ରୋଲ ବୋମାମାଡ଼ କରି ଘର ଜାଳି ଦେଇଥିଲେ । ଦୁଇ ଦିନ ମଧ୍ୟରେ ଦଙ୍ଗାକାରୀମାନେ ୨ ଶହରୁ ଅଧିକ ଘର ଜାଳିଦେଇଛନ୍ତି। ଏବେ ବି ବିଭିନ୍ନ ସ୍ଥାନରେ ହିଂସା ଓ ପୋଡ଼ାଜଳା ଜାରି ରଖିଛନ୍ତି ଦଙ୍ଗାକାରୀ। ଗତରାତିରେ ବିଷ୍ଣୁପୁର ଜିଲ୍ଲାର କ୍ବାକଟା ଏବଂ ଚୁରାଚାନ୍ଦପୁର ଜିଲ୍ଲାର କାଙ୍ଗଭଇରେ ଗୁଳିକାଣ୍ଡ ହୋଇଛି।

ଇମ୍ଫାଲ ପଶ୍ଚିମର ଇରିଙ୍ଗବାମ ଥାନାରେ ଅସ୍ତ୍ର ଲୁଟ୍ ପାଇଁ ଉଦ୍ୟମ ହୋଇଛି। ସେନା, ଆସାମ ରାଇଫଲ୍ସ ଏବଂ ମଣିପୁର ରାପିଡ ଆକ୍ସନ ଫୋର୍ସ (ଆରଏଏଫ୍) ଦ୍ବାରା ଗତକାଲି ମଧ୍ୟରାତ୍ରି ପର୍ୟ୍ୟନ୍ତ ମିଳିତ ଅପରେସନ୍ ଜାରି ରହିଥିଲା। ପ୍ରାୟ ୧ ହଜାରରୁ ଅଧିକ ଲୋକ ପ୍ୟାଲେସ କମ୍ପାଉଣ୍ଡ୍ ସ୍ଥିତ କୋଠାଗୁଡ଼ିକୁ ଜାଳି ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ମିଳିତ ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ୍ ମାଡ଼ କରି ସେମାନଙ୍କୁ ଘଉଡ଼ାଇଥିଲା। ବିଧାୟକ ବିଶ୍ବଜିତଙ୍କ ଘର ନିକଟରେ ଦଙ୍ଗାକାରୀ ରୁଣ୍ଡ ହୋଇଥିଲେ ଏବଂ ସେମାନେ ବିଧାୟକଙ୍କ ଘର ଜାଳି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆରଏଏଫର ତ୍ବରିତ କାର୍ୟ୍ୟାନୁଷ୍ଠାନ ଯୋଗୁଁ ଦଙ୍ଗାକାରୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ