Masthead

ନାବାଳିକା ଉଦ୍ଧାର

କୋକସରା(ବଡ ଖବର ବ୍ୟୁରୋ): କୋକସରା ଥାନା ଖୁଣ୍ଟିଆ ପଞ୍ଚାୟତ ପିପଲପଡା ଗାଁର ଜଣେ ନାବାଳିକା ଅପହରଣ ପରେ ନିଖୋଜ ହୋଇଯାଇଥିଲେ । ଏ ନେଇ ପରିବାର ପକ୍ଷରୁ କୋକସରା ଥାନାରେ ଏକ କେଶ ରୁଜୁ ହୋଇଥିଲା । କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ତଦନ୍ତ ଚାଲିଛି, ଅଳ୍ପ ଦିନ ଭିତରେ ଅଭିଯୁକ୍ତକୁ ଖୋଜି ବାହାର କରିବୁ ବୋଲି କହିଥିଲେ । ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅପହୃତାଙ୍କୁ ଉଦ୍ଧାର କରିଛି । କୋକସରା ଥାନା ଏସଆଇ ପଙ୍କଜ ପ୍ରଧାନଙ୍କ ନେତୃତ୍ୱରେ କନେଷ୍ଟବଳ ହିମାଂଶୁ ସାହୁ, ଭାରତ ମାଝୀ, ଦଶମୀ ମାଝୀଙ୍କୁ ନେଇ ଗଠିତ ଏକ ଟିମ୍ ତାମିଲନାଡୁର କୁପୁଚିପାଲ୍ୟମ ଯାଇ ଅପହୃତା ନାବାଳିକାକୁ ଉଦ୍ଧାର କରିଥିଲେ । ଅଭିଯୁକ୍ତ ପିପଲପଡା ର ଭାଗିରଥୀ ଧରୁଆ ଓ ଚାନ୍ଦାହାଣ୍ଡି ବାରାଗୁଡା କ୍ଷେତ୍ରୀ ମାଝୀଙ୍କ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି । ପୀଡ଼ିତାଙ୍କୁ ଜବରଦସ୍ତି ଅପହରଣ କରି ଅଭିଯୁକ୍ତ ଭାଗିରଥୀ ମୋଟରସାଇକେଲ ଯୋଗେ ଗୋହିରାପଦର ନେଇ ଯାଇଥିଲା । ପରେ ରାଇପୁର ଏବଂ ତାମିଲନାଡୁ ତିରିପୁର କପୁଚିପାଲ୍ୟମର ଏକ ଭଡାଘରେ ରଖିଥିଲା । ନାବାଳିକାଙ୍କୁ ତାଙ୍କ ପରିବାର ଜିମା ଦିଆଯାଇଛି ବୋଲି କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ