Before Header

ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ

0 1,153

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୨ନମ୍ବର ସମ୍ମିଳନୀ କକ୍ଷରେ ଜିଲ୍ଲାର ପ୍ରଥମ ନାମାଙ୍କନ ଦାଖଲ ହୋଇଛି । କଂଗ୍ରେସର ଦାଶରଥି ଗମାଙ୍ଗ ମୋହନା ନିର୍ବାଚନମଣ୍ଡଳି ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମେ ଦାଶରଥି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ମାଣିକେଶରୀଙ୍କୁ ଦର୍ଶନ କରିବା ସହ ନଡିଆ ଭାଙ୍ଗି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ମାଙ୍କ ଆଶିଷ ନେଇ ଶୋଭାଯାତ୍ରାରେ ବାହାରି ଥିଲେ ।

ହଜାର ହଜାର ସର୍ମଥକ ଓ କଂଗ୍ରେସ ନେତାଙ୍କ ଗହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ଦାଖଲ ପରେ ଦାଶରଥି କହିଛନ୍ତି ଲୋକଙ୍କ ପାଖକୁ ଯିବା ପାଇଁ ପ୍ରଥମରୁ ନାମାଙ୍କନ ଦାଖଲ କରିଲି ଆଉ ବିଜୟ ସୁନିଶ୍ଚିତ ।

Leave A Reply

Your email address will not be published.